ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା ଟିକାକୁ ବଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି

0 60

ଜେନେଭା, ୧୩ ।୩: ମହାମାରୀ କରୋନା ସଂକ୍ରମଣ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଆଉ ଗୋଟିଏ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକାର ଟ୍ରାଏଲ ରେଜଲ୍ଟ ସକାରାତ୍ମକ ଥିବାରୁ ହୁ’ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ହୁ’ ଏହା ପୂର୍ବରୁ ଫାଇଜର/ବାଓନଟେକ ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏକାଧିକ ରାଷ୍ଟ୍ରରେ ଆଷ୍ଟ୍ରାଜେନେକା ଓ ଫାଇଜର ଟିକାର ବ୍ୟବହାର ମଧ୍ୟ କରାଯାଉଛି । ଏବେ ତୃତୀୟ ଟିକା ଭାବେ ଜନସନ ଆଣ୍ଡ ଜନସନକୁ ହୁ’ର ସବୁଜ ସଙ୍କେତ ମିଳିଛି । ହୁ’ର ଅନୁମୋଦନ ମିଳିଥିବାରୁ ଏଣିକି ଜନସନ ଆଣ୍ଡ ଜନସନର କରୋନା ଟିକାକୁ ସବୁ ଦେଶ, କୋଭାକ୍ସ ଓ ଇଏମଏ ଅଧୀନରେ ବ୍ୟବହାର କରାଯାଇ ପାରିବ । ହୁ’ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, ପ୍ରତିଟି ନୂଆ, ପ୍ରଭାବ ଯୁକ୍ତ ଓ ସୁରକ୍ଷିତ ଅସ୍ତ୍ର ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ସହାୟତ ହେବ । ଆମେ ଏହାକୁ ନିୟନ୍ତ୍ରଣ କରିବାକୁ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛୁ । କିନ୍ତୁ ସବୁ ଦେଶରେ ଯେଉଁ ପର୍ଯ୍ୟନ୍ତ ଏଭଳି ଅସ୍ତ୍ର ଉପଲବ୍ଧ ହେବନାହିଁ, ସେ ଯାଏଁ କିଛି ବି ଲାଭ ମିଳିପାରିବ ନାହିଁ । ହୁ’ର ପରାମର୍ଶଦାତା କମିଟି ହିଁ ଜନସନ ଆଣ୍ଡ ଜନସନଙ୍କୁ ପ୍ରଥମେ ଅନୁମୋଦନ ଦେବାକୁ ସୁପାରିସ କରିଥିଲା । ଏହାକୁ ନୀରିକ୍ଷଣ କରିବା ପରେ ହୁ’ ପକ୍ଷରୁ ଏହାକୁ ସବୁଜ ସଙ୍କେତ ଦିଆଯାଇଥିବା ସେ କହିଛନ୍ତି । ହୁ’ର ବରିଷ୍ଠ ପରାମର୍ଶଦାତା ବ୍ରୁସ ଅୟଲୱାର୍ଡ କହିଛନ୍ତି, ଜନସନ ଆଣ୍ଡ ଜନସନ ପାଇଁ ଆଦୌ ଅଲଟ୍ରା କୋଲ୍ଡ ଚେନ୍ର ଆବଶ୍ୟକ ନାହିଁ । ଏପରି କି ଏହା କରୋନା ମହାମାରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକୁ ମଧ୍ୟ ସହାୟକ ହେବ । ଜିଏଭିଆଇ ଆଲିଆନ୍ସ ସହ ଏକାଠି ଚାଲିଥିବା କୋଭାକ୍ସ ଜନସନ ଆଣ୍ଡ ଜନସନ ଠାରୁ ୫୦୦ ନିୟୁତ ଡୋଜ୍ର ଟିକା ଆଣିବାକୁ ଚୁକ୍ତି କରିଥିବା ସେ କହିଛନ୍ତି । ସେହିପରି କମ୍ପାନୀ କିଛି ଯେ ଆସନ୍ତାବର୍ଷ ସୁଦ୍ଧା ସେମାନେ ଏହି ଟିକାର ୩୦୦ ବିଲିୟନ ଡୋଜ୍ ପ୍ରସ୍ତୁତ କରିସାରିଥିବେ । ଏହାପୂର୍ବରୁ ୨୦୨୧ ଶେଷ ସୁଦ୍ଧା ବ୍ୟବହାର ପାଇଁ ୧ ବିଲିୟନ ଡୋଜ୍ ଟିକା ଉପଲବ୍ଧ ହେବ ।

Leave A Reply

Your email address will not be published.