ଯୁବକର ବିବାହର ପ୍ରତିଶ୍ରୁତି: ନାବାଳିକା ଗର୍ଭବତୀ ହୋଇ କନ୍ୟା ସନ୍ତାନ ପ୍ରସବ କଲେ

0 69

ପାରଳାଖେମୁଣ୍ଡି, ୧୪ା୩ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ହରିପୁର ଗ୍ରାମର ଜଣେ ନାବାଳିକା କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିବାର ଜଣାଯାଇଛି । ନାବାଳିକାଟି ଜଣେ ଯୁବକଙ୍କ ଦ୍ୱାରା ବିବାହ ପ୍ରତିଶ୍ରୃତିରେ ପ୍ରତାରିତ ହୋଇ ପ୍ରେମ କରି ଗର୍ଭବତୀ ହୋଇଥିଲେ । ଗର୍ଭବତୀ ହୋଇ ଗତକାଲି କାଶୀନଗର ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ନାବାଳିକା ଜଣକ ୯ମ ଶ୍ରେଣୀରେ ଛାତ୍ରୀଟି ଅଧ୍ୟୟନ କରି ଘରେ ରହୁଥିଲେ । ଛାତ୍ରୀଟି ପ୍ରତାରିତ ହେବାପରେ ଗର୍ଭବତୀ ହୋଇ କନ୍ୟା ସନ୍ତାନ ପ୍ରସବ ଦେଇଥିବା ଘଟଣାକୁ ନେଇ କାଶୀନଗର ଥାନାରେ ଏତଲା ହୋଇଛି । ଘଟଣାଟି ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ବର୍ତ୍ତମାନ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଏନେଇ କାଶୀନଗର ଥାନାରେ ୨୫/୨୧ରେ ଏକ ମାମଲା ରୁଜୁ କରାଯାଇଥିବାର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇ କହିଛନ୍ତି ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.