ଗଜପତିରେ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0 72

ପାରଳାଖେମୁଣ୍ଡି, ୧୪ା୩ : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଟାମା ନିକଟସ୍ଥ ଜାତୀୟ ରାଜପଥ ୩୨୬ର ଏକ ବୁଲାଣୀ ରାସ୍ତାରେ କାର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିପଡିଥିବାର ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ କାରରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଜଣକର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ଯେ ବହ୍ମପୁର ଠାରୁ ଜୟପୁର ଅଭିମୁଖେ ଏକ ଇଣ୍ଡିକା କାର ନଂ ଓଡି ୩୩ ଏନ୍ ୧୦୦୮ ଯାଉଥିବା ସମୟରେ ବାଟାମା ଗ୍ରାମର ବୁଲାଣୀ ରାସ୍ତାରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାକଡକୁ ପାଲଟିମାରିଥିଲା । ଦୁର୍ଘଟଣାରେ କାରଟି ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ଦୁଇ ଜଣ ଯାତ୍ରୀଙ୍କ ମଧ୍ୟରୁ ଭୁବନେଶ୍ୱରର ସତ୍ୟନ୍ଦ୍ର ପଟ୍ଟନାୟକ ଗୁରୁତର ହୋଇଥିବାବେଳେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର ଖବରପାଇ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବାର ଜଣାପଡିଛି ।

Leave A Reply

Your email address will not be published.