ପଠାନକୋଟରେ ଉଡିଲା ପାକିସ୍ତାନୀ ଡ୍ରୋନ୍

0 81

ନୂଆଦିଲ୍ଲୀ: ପଠନକୋଟ୍ରେ ଉଡିଲା ପାକିସ୍ତାନୀ ଡ୍ରୋନ୍ । ପଠାନକୋଟର ବାମିୟାଲ ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ବାମିଆଲ ସେକ୍ଟରର ଡିଣ୍ଡା ପୋଷ୍ଟରେ ଶତ୍ରୁପକ୍ଷର ଏହି ଡ୍ରୋନ ଉଡୁଥିବା ନଜର ଆସିଥିଲା । ବିଏସ୍ଏଫର ଫାୟାରିଙ୍ଗ ପରେ ସନ୍ଦିଗ୍ଧ ଡ୍ରୋନଟି ଫେରିଯାଇଥିଲା । ଏହାପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । କୌଣସି ଅସ୍ତ୍ର ବା କିଛି ସାମଗ୍ରୀ ପକାଇବାକୁ ଡ୍ରୋନଟିକୁ ପଠାଯାଇଥିଲା ନା ବିଏସଏଫ ଆଲର୍ଟ ଅଛି ନା ନାହିଁ ତାହା ଯାଞ୍ଚ କରିବାକୁ ଡ୍ରୋନ ପଠାଯାଇଥିଲା, ସେନେଇ ସର୍ଚ୍ଚ ଅପରେସନ ଚାଲିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । ପଞ୍ଜାବ ସୀମାରେ ଏହିଭଳି ଘଟଣା ଲଗାତାର ଘଟିଥାଏ । ଜାମ୍ମୁ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦୀଲବାଗ ସିଂହ ଶନିବାର ଦିନ କହିଛନ୍ତି ଯେ କେନ୍ଦ୍ରଶାସିତ ପ୍ରଦେଶରେ ପାଖାପାଖି ୨୦୦ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି । ଗୁଇନ୍ଦା ସୂଚନା ଅନୁଯାୟୀ ସୀମା ପାର ସ୍ଥିତ ଆତଙ୍କବାଦୀ କ୍ୟାମ୍ପରୁ ଆଉ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମରେ ଅଛନ୍ତି । ପାକିସ୍ତାନ ଆଡକୁ ଇସାରା କରି ଦୀଲବାଗ ସିଂହ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ପଡୋଶୀ ଦେଶ ଯେଉଁ ଉଦ୍ୟମ କରୁଛି ତାକୁ ବିଫଳ କରିବାକୁ ସୁରକ୍ଷାବଳ ସମ୍ପୂର୍ଣ୍ଣ ସତର୍କ ରହିଛି ।

Leave A Reply

Your email address will not be published.