ଅଟୋରିକ୍ସାକୁ ଧକ୍କା ଦେଲା ଟ୍ରକ୍, ୬ ମୃତ

0 68

ନୂଆଦିଲ୍ଲୀ: ଅଟୋରିକ୍ସାକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ହିଁ ଟଳି ପଡିଲେ ୬ ଜଣ । ଅନ୍ୟ ୬ଜଣଙ୍କ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରେଯାଇଛି । ଆଜି ଭୋରୁ ଆନ୍ଧ୍ରପ୍ରେଦଶର ଗୋଲାପଲ୍ଲି ଗାଁରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ମୁତାବକ ଆଜି ଭୋର ୪ଟା ବେଳେ ଏକ ଅଟୋରିକ୍ସାରେ ୧୨ ଜଣ ବସି ନିକଟସ୍ଥ ଗାଁକୁ ଯାଉଥିଲେ । ଏତିକି ବେଳେ ପଛପଟୁ କ୍ଷିପ୍ରଗତିରେ ଏକ ଟ୍ରକ୍ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅଟୋ ଡ୍ରାଇଭର ସମେତ ୬ଜଣ ପ୍ରଣା ହରାଇଥିଲେ । ଅନ୍ୟ ୬ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି । ସେପଟେ ଗୁରୁତରଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପତ୍ତ ରହିଛି । ସେମାନଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଘଟଣାର ତଦନ୍ତ କରୁଥିବା ପୁଲିସ ସୂଚନା ଦେଇଛି । ଦୁର୍ଘଟାଗ୍ରସ୍ତ ଅଟୋ ଏବଂ ଟ୍ରକ୍କୁ ପୁଲିସ ଜବତ କରି ଏକ ଆଇପିସି ଧାରା ୩୦୪ରେ ଏକ ମାମଲା ରୁଜୁ କରିଛି । ପୁଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.