ହୁଇଲ ଚେୟାରରେ ନିର୍ବାଚନ ପ୍ରଚାର କଲେ ମମତା

0 62

କୋଲକାତା: ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହୁଇଲଚେୟାରରେ ବସି ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଥା ଦେଇଥିଲେ ଯେ, କେହି ତାଙ୍କୁ ନିର୍ବାଚନ ପ୍ରଚାର କରିବାରୁ ରୋକିପାରିବେ ନାହିଁ । ହୁଇଲଚେୟାରରେ ବସି ମଧ୍ୟ ସେ ନିର୍ବାଚନ ପ୍ରଚାର କରିବେ । ଆଜି ସେ ନିଜ କଥା ରଖିବା ସହ ହୁଇଲଚେୟାରରେ ରାସ୍ତାକୁ ଓହ୍ଲାଇଛନ୍ତି । ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଆଘାତ ପାଇଛି ଏବଂ ଅସୁସ୍ଥ ଅଛି, କିନ୍ତୁ ମୋର ଲକ୍ଷ୍ୟ ସ୍ଥିର ରହିଛି । ମୋ ଦେହରେ ଆଘାତ ଲାଗିଥିଲେ ମଧ୍ୟ ମୁଁ ଏହି ହୁଇଲଚେୟାରରେ ପଶ୍ଚିମବଙ୍ଗ ବୁଲିବା ଜାରି ରଖିବି । ଯଦି ମୁଁ ଶଯ୍ୟାରେ ବିଶ୍ରାମ ନେବି, ତେବେ ପଶ୍ଚିମବଙ୍ଗବାସୀଙ୍କ ନିକଟରେ କିଏ ପହଞ୍ଚିବ? ମୁଁ କେବେ କି ନଇଁବି ନାହିଁ । ମନେ ରଖ, ଜଣେ ଆଘାତ ପାଇଥିବା ବାଘୁଣୀ ବହୁତ ବିପଦଜନକ ହୋଇଥାଏ । ତେବେ ଆଜି ଟିଏମସି ନିଜର ଇସ୍ତାହାର ଉନ୍ମୋଚନ ନେଇ ଘୋଷଣା କରିଥିଲେ ମଧ୍ୟ ଏହାକୁ ସ୍ଥଗିତ ରଖିଛି । ଏହା ସହ ଇସ୍ତାହାର ଉନ୍ମୋଚନ ସ୍ଥଗିତ ରଖାଯିବାର ପ୍ରକୃତ କାରଣ ଦଳ ସ୍ପଷ୍ଟ କରିନାହିଁ । ଏ ମଧ୍ୟରେ ବିଜେପି ନିଜ ୨୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୭ଜଣ ପ୍ରାର୍ଥୀ ଏବଂ ଚତୁର୍ଥ ପର୍ଯ୍ୟାୟ ପାଇଁ ୩୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ପୂର୍ବତନ ଟିଏମସି ନେତା ରାଜୀବ ବାନାର୍ଜୀଙ୍କ ନାମ ରହିଛି ।

Leave A Reply

Your email address will not be published.