ଦିନ ୪ଟା ଯାଏଁ ଗୃହ ମୁଲତବି

0 65

ଧାନ କିଣା ପ୍ରସଙ୍ଗରେ ବିଜେପି ସଦସ୍ୟଙ୍କ ହୋହଲ୍ଲା

ଭୁବନେଶ୍ବର ୧୫।୩: ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଥିଲେ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଗୃହରେ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ । ଦିନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ଯୋଗୁଁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଧାନକିଣା ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଥିବା ବେଳେ ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛି । ଫଳରେ ଗୃହକାର୍ଯ୍ୟ ଚାଲିପାରିନାହିଁ । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଥିଲେ । ବିଜେପି ବିଧାୟକ ଗୃହରେ ସାନିଟାଇଜର ପିଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି । ଏପଟେ ବିରୋଧୀ ଚାଷୀଙ୍କ ସମସ୍ତ ଧାନ ଉଠେଇବା ଦାବିରେ ଅଡ଼ି ବସିଛନ୍ତି। ଯେଉଁଥିପାଇଁ ଗୃହରେ ଅଚଳାବସ୍ଥା ଦେଖାଦେଇଛି।

Leave A Reply

Your email address will not be published.