ପିଲା ଚୋର ନା ଗଞ୍ଜେଇ ମାଫିଆ: କାର ଛାଡି ଦୁର୍ବୃତ୍ତ ଫେରାର, ପୋଲିସର ତନାଘନା

0 73


ପାରଳାଖେମୁଣ୍ଡି, ୧୫ା୩ : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ତବାରସିଂ ପଞ୍ଚାୟତରେ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । କିଛି ଲୋକେ ଏକ କଳା କାରରେ ଆସି ଛୋଟ ପିଲାଙ୍କୁ ଚକଲେଟ ଦ୍ୱାରା ଆଶକ୍ତ କରି କିଛି ନିଶା ସୁଙ୍ଗେଇ ପିଲାଙ୍କୁ ଚୋରୀ କରି ନେବାକୁ ଚେଷ୍ଟା କରିଥିଲେ । ଏଥିରେ ପିଲାମାନେ ଭୟରେ ଜୋରରେ ପାଟି କରିବାରୁ ଆଖପାଖ ଲୋକେ ପହଞ୍ôଚଥିଲେ । ଏଥିରେ ଏହି ଦୁର୍ବୃତ୍ତ ମାନେ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ଏହି ଘଟଣାଟି ଗତ ଶନିବାର ସନ୍ଧ୍ୟା ପଣଷଡିହ ଗ୍ରାମରେ ଘଟିଛି । ଅଞ୍ଚଳବାସୀ କହିଛନ୍ତି ଯେ, ଗତ ପ୍ରାୟ ୮ରୁ୧୦ ଦିନ ହେଲା ଏକ କଳା ରଙ୍ଗର ଟାଟା ଇଣ୍ଡିକା ଏଲ୍ଏସ୍ ନଂ ଜେଏଚ୍ ୦୨ ଜେ ୧୮୯୦ ବିଶିଷ୍ଠ ଗାଡି ଏହି ଅଞ୍ଚଳ ଦେଇ ଯାତାୟତ କରୁଥିଲ । । ଏମାନେ କେଉଁ ଉଦ୍ଦେଶ୍ୟରେ କାହିଁକି ଏପରି ବିଚରଣ କରୁଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏମାନେ ପିଲା ଚୋର ସହ ଗଞ୍ଜେଇ ଚୋରା କାରବାରରେ ଜଡିତ ଥାଇ ପାରନ୍ତି ବୋଲି ମଧ୍ୟ ଲୋକମାନେ କହୁଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ମହେଶ୍ୱର ମଣ୍ଡଳ, ୱାର୍ଡମେମ୍ବର, ବିଜୟ କୁମାର ରଇତ, କୃଷ୍ଣଚନ୍ଦ୍ର ରଇତ ପ୍ରମୁଖ ପହଞ୍ôଚ ଘଟଣା ସମ୍ପର୍କରେ ରାମଗିରି ଥାନାକୁ ଜଣାଇଥିଲେ । ଥାନା ଅଧିକାରୀ ବିକାଶ କୁମାର ସେଠୀ ସଦଳବଳେ ପହଞ୍ôଚ ଗାଡିଟିକୁ ଜବତ କରି ଥାନାକୁ ନେଇ ଆଣିଥିଲେ । ତେବେ ଏନେଇ କୌଣସି ଲିଖିତ ଅଭିଯୋଗ ମିଳିନଥିବାରୁ ମାମଲା ରୁଜୁ ହୋଇନଥିବା ପ୍ରକାଶ କରି ଥାନା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି, ପ୍ରକୃତରେ ଏହି କାରଟି କାହାର ସେ ନେଇ ଗଜପତି ଆର୍ଟିଓଙ୍କୁ ଜଣାଯାଇଛି । ତାହାର ରିପୋର୍ଟ ଆସିବା ପରେ ତଦନ୍ତକୁ ଆହୁରି ଜୋରଦାର କରାଯିବ ।

Leave A Reply

Your email address will not be published.