ଫରେଷ୍ଟ ପାର୍କରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସଚେତନତା

0 71

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ମହକୁମା ଫରେଷ୍ଟ ପାର୍କ ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଲ୍ୟାଣ ସିଂହପୁର ବ୍ଳକ ତହସିଲଦାର ଦେବାଶିଷ କର  ସମ୍ମାନ ଅତିଥି କଲ୍ୟାଣ ସିଂହପୁର ବ୍ଳକ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡାକା,  ଥାନା ଅଧିକାରୀ ସୁକୁମା ହଂସଦା,ଉପସ୍ଥିତ ଥିବା ବେଳେ ରେଞ୍ଜର ପ୍ରଫୁଲକୁମାର ନାୟକ,ଶିକରପାଇ ସରପଞ୍ଚ ଅମ୍ବିକା ସାରାକା,ଫରେଷ୍ଟ ର ଏମ ଡ଼ି ଶର୍ମା ଓ ଫରେଷ୍ଟର ନରେଶ ପଟ୍ଟନାୟକ ସମେତ ଫରେଷ୍ଟ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ତହସିଲଦାର ଶ୍ରୀ କର ଜଙ୍ଗଲ ସୁରକ୍ଷା ଉପରେ ମତ ଦେଇଥିଲେ । ଆମ ପାହାଡ଼ ଅଞ୍ଚଳରେ ବୃକ୍ଷ ରୋପଣ ବୃଦ୍ଧି କରିବା ଜନସାଧାରଣ ଙ୍କୁ ସଚେତନ କରିବା ସହ ଜଙ୍ଗଲ ରେ ନିଆଁ ନ ଲଗାଇ ଜଙ୍ଗଲ ବଢ଼ାଇବା,ଜଙ୍ଗଲ ବଢିଲେ ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରି ବିକ୍ରୀ କରି କିଛି ରୋଜଗାର କରିପାରିବେ ଏବଂ ପରିବାର ଭରଣ ପୋଷଣ ହୋଇପାରିବ ବୋଲି ଉପସ୍ଥିତ ଲୋକ ମାନଙ୍କୁ କହିଥିଲେ।  ଯଦି ଜଙ୍ଗଲରେ ନିଆଁ ଲାଗିଲେ ତୁରନ୍ତ ବନବିଭାଗ କୁ ଜଣାଇବା ପାଇଁ କହିଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମ କୁ ସଂପୂର୍ଣ୍ଣ ରୂପେ ବନପାଳ ଶ୍ରୀପଟ୍ଟନାୟକ ତୁଲାଇଥିଲେ।

Leave A Reply

Your email address will not be published.