ଗଜପତି ଜିଲ୍ଲା ପୋଲିସର ସଫଳତା

0 73

୨ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ଓ ଯୋଶେଫ ଗିରଫ

ପାରଳାଖେମୁଣ୍ଡି, ୧୬ା୩ : ଗଜପତି ପୋଲିସକୁ ବଡଧରଣ ସଫଳତା ମିଳିଛି । ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଅରଫ ଖ୍ରୀଷ୍ଟଦାସ ନାୟକ (୩୯) ଗଜପତି ପୋଲିସ ହାତରେ ଧରାପଡିଥିବାର ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ଏକ ପ୍ରେସବିବୃତ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ସୂଚନା ମୁତାବକ ରାଧାକାନ୍ତ ଗଜପତି ଜିଲ୍ଲା ସମେତ ରାୟଗଡ ଜିଲ୍ଲା, ଦେଶର ରାଜଧାନୀ ଦିଲ୍ଲୀ ଆଦି ସହରରେ ୧୨ରୁ ଉର୍ଦ୍ଧ ଗଞ୍ଜେଇ କାରବାର ତଥା ଏନ୍ଡିପିଏସ୍ ମାମଲା ଗୁଡିକ ରହିଛି । ଏହାସହ ରାଧାକାନ୍ତଙ୍କ ସହଯୋଗୀ ଯୋଶେଫ ପାଣି ଅରଫ ଟୁଲୁ(୨୩)ଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟ ମାଫିଆଙ୍କ ଘର ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମ ବୋଲି ଜଣାପଡିଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉଭୟଙ୍କୁ ଆଜି ସୋମବାର ଦିନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସହର ସ୍ଥିତ ବିମାନବନ୍ଦରରୁ ଗତକାଲି ଧରାଯାଇଛି । ଏମାନଙ୍କ ଉପରେ ପୂର୍ବରୁ ତୀକ୍ଷ୍ମଣ ନଜର ବା ପୋଲିସର ଗୁଇନ୍ଦା ରାଡାରରେ ରହିଥିଲେ । ରାଧାକାନ୍ତଙ୍କ ନାମରେ ଗଜପତି ଜିଲ୍ଲା ଅଡବା ଥାନାରେ ୮ଗୋଟି, ରାୟଗଡ ଜିଲ୍ଲା ବିଷମକଟକ ଥାନାରେ ଗୋଟିଏ, ଗୁଣୁପୁର ଥାନାରେ ଗୋଟିଏ, ପଦ୍ମପୁର ଥାନାରେ ଗୋଟିଏ ଓ ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ଲେଖାଁଏ ଏନ୍ଡିପିଏସ୍ ମାମଲା ରୁଜୁ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ମାଫିଆ ସକ୍ରିୟ ହୋଇଥିବା ବେଳେ ରାଧାକାନ୍ତ ଓ ଯୋଶେଫଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇପାରିଛି । ମାଫିଆ ମାନେ ଗରିବ ନୀରିହ ଆଦିବାସୀ ତଥା ବନବାସୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏପରି କାର୍ଯ୍ୟ ଚଳାଇଛନ୍ତି । ଦୈନନ୍ଦିନ ଗୋଟିଏ ନା ଗୋଟିଏ ଗଞ୍ଜେଇ କାରବାରକୁ ବିଶେଷ କରି ଆରକ୍ଷୀ ଅଧିକ୍ଷକ ଭାବେ ଶ୍ରୀ ପଟ୍ଟନାୟକ ଜିଲ୍ଲାରେ ଦାୟିତ୍ୱ ନେବାପରେ ଜୋରଦାର ଚଢାଉ କରାଯାଇ ଗିରଫ କରାଯାଉଥିବା ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.