ବୋହୁକୁ ଜୀବନ୍ତ ପୋଡିବା ଘଟଣାରେ ସ୍ୱାମୀ ଗିରଫ

0 71

ପାରଳାଖେମୁଣ୍ଡି, ୧୬ା୩ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୋଠକେଳି ଠାରେ ବୋହୁକୁ ପଡି ମାରିଦେବା ଘଟଣାରେ ପୋଲିସ ତାର ସ୍ୱାମୀ ମଧୁସୂଦନକୁ ଆଜି ଗିରଫ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ମୋହନା ଥାନା ଢେପାଗୁଡା ପଞ୍ଚାୟତର ଗୋଠକେଳି ଗାଁରେ ଗତ ୧୩ ତାରିଖ ଅପରାହ୍ନ ସମୟରେ ମଧୁସୂଦନ ବେହେରାଙ୍କ ସ୍ତ୍ରୀ ମାନିନୀ ବେହେରାଙ୍କୁ କିରୋସିନୀ ଢାଳି ଜାଳିଦେଇଥିବାର ଅଭିଯୋଗ ଗତକାଲି ମୋହନା ଥାନାରେ ହୋଇଥିଲା । ୧୩ ତାରିଖ ଦିନ ଏହି ଘଟଣାପରେ ମାନିନୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡଡାକ୍ତର ଖାନା ଏବଂ ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭୁବନେଶ୍ୱରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଭୁବନେଶ୍ୱରର ଭାରତପୁର ଥାନାରେ ଏକ ଅପମୃତ୍ୟୁ ମାନଲା ୫୨/୨୧ରେ ମାମଲା ରୁଜୁ ହୋଇଥିଲା । ଏହାପରେ ଗତକାଲି ରବିବାର ମୋହନା ଥାନାରେ ମାନିନୀର ଭାଇ କୁମୁଦ ମୋହନା ଥାନେର ନିଜ ଭଉଣୀକୁ ଜିଅନ୍ତା ଜାଳି ମାରିଦେଇଥିବାର ଲିଖିତ ଅଭିଯୋଗ କରିଥିଲେ । ଏନେଇ ମୋହନା ଥାନାରେ ୬୮/୨୧ରେ ମାମଲା ରୁଜ ହୋଇଛି । ତେବେ ମୃତ ମାନିନୀଙ୍କ ଶବ ଭୁବନେଶ୍ୱରରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଗତକାଲି ଶବଟିକୁ ଗୋଠକେଳି ଗ୍ରାମକୁ ଆଣି ଶୋକାକୁଳ ପରିବେଶରେ ଶବ ସଂସ୍କାର କରାଯାଇଥିଲା । ଏନେଇ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସମସ୍ତ ଘଟଣାର ତଦନ୍ତ କରି ପ୍ରାଥମିକ ଭାବେ ଆଜି ମୃତ ମହିଳାଙ୍କ ସ୍ୱାମୀ ମଧୁସୂଦନ ବେହେରାଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି ।

Leave A Reply

Your email address will not be published.