ବସ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

0 73

ପାରଳାଖେମୁଣ୍ଡି, ୧୬ା୩ : ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ସୋମପେଟା ସହର ନିକଟ ବର୍ତ୍ତୀ ଜାତୀୟ ରାଜପଥ ଠାରେ ଏକ ଘରୋଇବସ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୫ଜଣ ଗୁରୁତର ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ନବରଂଗପୁର ଠାରୁ ସନ୍ଧ୍ୟା ସମୟରେ ତ୍ରିପାଠୀ ନାମକ ଏକ ଘରୋଇ ବସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଆନ୍ଧ୍ର ପ୍ରଦେଶର ସୋମପେଟା ଜାତୀୟ ରାଜପଥ ଠାରେ ଗତକାଲି ମଧ୍ୟରାତ୍ର ସମୟରେ ଏକ ଟ୍ରକ ସହ କୌଣସି କାରଣରୁ ଭୟାଭୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୫ଗୁରତର ହୋଇ ପ୍ରଥମେ ଇଛାପୁର ଓ ସୋମପେଟା ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଥିଲା । ଦୁର୍ଘଟଣାର ପ୍ରଭାବ ଏପରିଥିଲା ଯେ ବସ୍ଟିର ଅଧିକାଂଶ ଅଂଶ ଭାଙ୍ଗି ଚୁରମାର ହୋଇଯାଇଛି । ତେବେ ଖବର ଅନୁସାରେ ଜଣାପଡିଛି ଯେ ରାତ୍ର କାଳୀନ ସମୟରେ ଢାବା ଗୁଡିକ ନିକଟରେ ପାର୍କିଂ ରଖାଯାଇଥିବା ଟ୍ରକଟିକୁ ଭାରସାମ୍ୟ ହରାଇ ବସଟି ଧକ୍କା ଦେଇ ପାଶ୍ୱର୍ରେ ଥିବା ଡିଭାଇଡର ଉପରକୁ ଚଢିଯାଇଥିବାର ଦେଖିବାକୁ ମିଳୁଛି ।

Leave A Reply

Your email address will not be published.