ଓଡିଶା ଚେଇଁ ଶୋଇଛି… ଆନ୍ଧ୍ର ମାଡିଚାଲିଛି

0 67

ଓଡିଶାର ବଂଶଧାରାରୁ ଆନ୍ଧ୍ରକୁ ବାଲି ଚାଲାଣରେ ମାଫିଆ ମାଲାମାଲ୍ ଓ ଆନ୍ଧ୍ର ପାଉଛି ରାଜସ୍ୱ


ପାରଳାଖେମୁଣ୍ଡି, ୧୬ା୩ : ଓଡିଶାର ବଂଶଧାରା ନଦୀରୁ ଆନ୍ଧ୍ରକୁ ଆନ୍ଧ୍ର ମାଫିଆଙ୍କ ଦ୍ୱାରା ଦୈନିକ ଶହ ଶହ ଟ୍ରକ ବାଲି ଆନ୍ଧ୍ର ଚାଲାଣ ହେଉଛି । ଏଥିରେ ହେଉଛନ୍ତି । ଅନ୍ୟ ପକ୍ଷରେ ଓଡିଶାରୁ ଆନ୍ଧ୍ରକୁ ଏହି ବାଲି ଚୋରା ଚାଲାଣରେ ଆନ୍ଧ୍ର ବାଲିର ରାଜସ୍ୱ ପାଉଛି । ହେଲେ ଓଡିଶାର ବଂଶଧାରାରୁ ଏହି ବାଲି ଚୋରା ଚାଲାଣ ଦ୍ୱାରା ଓଡିଶା ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା କାଶୀନଗର ତହସିଲ ଅଧୀନ ବଂଶଧାରା ନଦୀ ଅଞ୍ଚଳ ଆଭାଲିମା ମୌଜା ପ୍ଲଟ ନମ୍ବର ୧/୭୧୮ ଓ ୧/୭୨୯ ଖାତା ନମ୍ବର-୨୨୩ ରୁ ଆନ୍ଧ୍ର ମାଫିଆ ମାନେ ବାଲି ଆନ୍ଧ୍ରକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ଦୀର୍ଘ ଦିନ ଧରି ରହି ଆସିଛି । ଏହି ଅଭିଯୋଗ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଛି । ତଥାପି ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି, ଆଭାଲିମା ସହ କାଶୀନଗର ମୌଜା ପ୍ଲଟ ନମ୍ବର-୩୮୧୬ ଖାତା ନମ୍ବର-୩୧୨୬ରୁ ମଧ୍ୟ ଆନ୍ଧ୍ର ମାଫିଆମାନେ ବେଆଇନ ଭାବେ ବାଲି ଉଠାଣ କରୁଛନ୍ତି । ଏହା ଦ୍ୱରା ଆନ୍ଧ୍ର ପ୍ରଶାସନ ଓଡିଶାର ବାଲିରୁ ରାଜସ୍ୱ ପାଉଥିବା ବେଳେ ଓଡିଶା ପ୍ରଶାସନ ନିଜ ରାଜସ୍ୱ ଆନ୍ଧ୍ରକୁ ଦେଇ ହାତଟେକି ଚେଇଁ ଶୋଇ ରହିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏନେଇ କାଶୀନଗର ତହସିଲଦାର ଶାନ୍ତିସ୍ୱରୂପ ମିଶ୍ରଙ୍କ ପଚାରିବାରେ ସେ କହିଛନ୍ତି ଯେ, ଓଡିଶାର ଗଜପତି ଜିଲ୍ଲା କାଶୀନଗର ମୌଜାରୁ ଆନ୍ଧ୍ର ଲୋକେ ବାଲି ନେଉ ନାହାନ୍ତି । ସେମାନେ ଆନ୍ଧ୍ରର ଭାମିନୀ ମଣ୍ଡଳର ତାଲାହଦ କ୍ୱାରୀରୁ ବାଲି ଆନ୍ଧ୍ରକୁ ନେଉଛନ୍ତି । ତେଣୁ ଏହା ଦ୍ୱାରା ଓଡିଶାର ବାଲି ଆନ୍ଧ୍ରକୁ ଯାଉନାହିଁ ଏବଂ ଓଡିଶାର ଏଥିରେ କୌଣସି ପ୍ରକାର ରାଜସ୍ୱ ହାନୀ ଘଟୁନାହିଁ । ଅଞ୍ଚଳବାସୀ ଏହାକୁ ଅସ୍ୱୀକାର କରିବା ସହ କହିଛନ୍ତି ଯେ, ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ହେଲେ ଏହି ବାଲି ଚୋରା ଚାଲାଣ ନେଇ ବହୁ ତଥ୍ୟ ଲୋକ ଲୋଚନକୁ ଆସିପାରିବ ।

Leave A Reply

Your email address will not be published.