ବାଇକ ଦୁର୍ଘଟଣା, ଦୁଇ ଗୁରୁତର

0 80

ପାରଳାଖେମୁଣ୍ଡି, ୧୬ା୩ : ଗଜପତି ଜିଲ୍ଲା ଆର୍.ଉଦୟଗରି ଥାନା ଅନ୍ତର୍ଗତ ଚମ୍ପାଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ଘଟି ଦୁଇ ଜଣ ଗୁରୁତର ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସୋମବାର ସନ୍ଧ୍ୟା ସମୟରେ ଚମ୍ପାଘାଟିର ଏକ ବୁଲାଣିଆ ରାସ୍ତାରେ କୌଣସି କାରଣରୁ ଦୁଇ ବାଇକ ଆରୋହୀ ଭାର ସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ଉଭୟ ଗୁରୁତର ଅଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ଗୁରୁତର ମାନଙ୍କୁ ସଙ୍ଗେ ସଙ୍ଗେ ଆର୍.ଉଦୟଗରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ମାନେ ହେଲେ କାନ୍ଦୁଲସାହି ଗ୍ରାମର ରମାକାନ୍ତ ରଇତ(୨୨) ଏବଂ ରଣଜିତ ରଇତ (୨୫) । ସୂଚନା ପ୍ରକାରେ ଆର୍.ଉଦୟଗିରି ନିକଟସ୍ଥ ସୁଂଡୁରୁବା ଅନ୍ତର୍ଗତ କାନ୍ଦୁଲସାହି ଗ୍ରାମର ଦିଇ ଯୁବକ ପାଞ୍ଚଆମ୍ବ ଗ୍ରାମକୁ କୌଣସି ଏକ କାମରେ ଯାଇ ଟିଭିଏସ୍ ଆପାଚି ମୋଟର ସାଇକେଲ ଯୋଗେ ଫେରୁଥିଲେ । ଏନେଇ ଆର୍.ଉଦୟଗରି ଥାନା ପକ୍ଷରୁ କୁହାଯାଇଛି ଯେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଦିଆଯାଇଛି ଏବଂ ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ ଚାଲୁ ରହିଛି ।

Leave A Reply

Your email address will not be published.