ଚାଷୀ ଉପରେ ଚଡ଼କ, ରବି ଫସଲ ଅମଳ କମିଲା

0 72

 ବୋଲଗଡ଼ : ବୋଲଗଡ଼ କରୋନା ମହାମାରୀ ରେ ଦେଶ ସାମ୍ନା କରୁଥିବା ବେଳ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି।ବର୍ତ୍ତମାନ ପରିସ୍ଥିତିରେ ସାଧାରଣ କୃଷକ କୃଷି ଉପରେ ନିର୍ଭର କରୁଥିବା ବେଳ ଚଳିତ ବର୍ଷ ଖରିପି ଓ ରବି ଫସଲ ଅମଳ କମିଛି ।ବୋଲଗଡ ବ୍ଲକ ରେ ୧୯ ଗୋଟି ପଞ୍ଚାୟତ ଶତକଡା ୮୦ ଭାଗ କୃଷି ଉପରେ ନିର୍ଭର କରନ୍ତି।କୃଷି ଜଳସେଚନ ଅଭାବ ଯୋଗୁ ଏଠାର ଏକ ଫସଲି ଚାଷ କରାଯାଏ। ଚଳତ ବର୍ଷ ଖରିପ ଓ ରବି ଫସଲ ଅମଳ କମିବା ଫଳରେ ବୋଝ ଉପ ରେ ଲଳୀତା ବିଡ଼ା ସଦୃଶ। ବୋଲଗଡ ଚାଷ ଜମି ପ୍ରାୟ ମଟାଳ ମାଟି ଯୋଗୁଁ ରବି ଫସଲ ରେ ମୁଗ , ବରି,କୋଳଥ, ପେଶୁ ଚଣl ଆଦି ଫସଲ କରାଯାଏ। ଚଳୀତ ବର୍ଷ ରବି ଫସଲ ରେ କୁହୁଲା ପାଗ ଯୋଗୁଁ ଜଉ ରୋଗ ଓ ଅଦିନିଆ ବର୍ଷା ନ ହେବା ଫଳରେ ରବି ଫସଲ ଉଜୁଡ଼ିଯାଇଛି। ଯାହାକି ନିଜରଚାଷଜମିରୁ ଚାଷ ପାଇଁ ବିହନ ଆଦାୟରେ ସକ୍ଷମ ହୋଇନଥିବା ବେଳେ କୀଟନାଶକ ଔଷଧ ସାରପାଇଁ ବହୁଳ ଅର୍ଥ ଖର୍ଚ୍ଚ କରି ନିରାଶ ହେବାକୁ ପଡ଼ିଛି । ପ୍ରମୁଖ ଭାବରେ ବୋଲଗଡ଼ ଅଞ୍ଚ ଳ କୃଷି ଉପରେ ନିର୍ଭର କରୁଥିବାବେଳ କୃଷିଆୟ ର ଅର୍ଥ ରେ ପରିବାର ପୋଷଣ କରନ୍ତି। ତେଣୁ କ୍ଷତି ହୋଇଥିବା କୃଷକ ମାନଙ୍କ ପାଇଁ ସରକାରୀ ସହାୟତା ତୁରନ୍ତ ଯୋଗାଇବା ପାଇଁ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.