ଏସବିଆଇକୁ ୨ କୋଟି ଟଙ୍କାର ଜରିମାନା

0 72

ମୁମ୍ବାଇ, ୧୭ ।୩:ଦେଶର ସବୁଠୁ ବଡ଼ ବ୍ୟାଙ୍କକୁ ଜରିମାନା । ମଙ୍ଗଳବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ୨ କୋଟି ଟଙ୍କା ଜରିମାନା କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । କମିଶନଙ୍କ ମାଧ୍ୟମରେ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରଦାନ ନିର୍ଦ୍ଦେଶ ରହିଛି । ତେବେ ଷ୍ଟେଟ୍ ବ୍ୟାଙ୍କ ତା’ର କର୍ମଚାରୀଙ୍କୁ କମିଶନରଙ୍କ ମାଧ୍ୟମରେ ପାରିଶ୍ରମିକ ପ୍ରଦାନ କରୁନଥିବାରୁ ରିଜର୍ଭ ବ୍ୟାଙ୍କ ଜରିମାନା କରିଛନ୍ତି । ୨୦୨୧ ମାର୍ଚ୍ଚ ୧୫ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୨ କୋଟି ଟଙ୍କା ଫାଇନ୍ କରିଛନ୍ତି । ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଟ-୧୯୪୯ର ଧାରା ୧୦(ଆଇ) (ବି) (ଆଇଆଇ)କୁ ଏସବିଆଇ ଉଲ୍ଲଂଘନ କରି କର୍ମଚାରୀଙ୍କୁ କମିଶନଙ୍କ ମାଧ୍ୟମରେ ଦରମା ଦେଇନାହିଁ । ଏନେଇ ଆରବିଆଇ ପୂର୍ବରୁ ସମସ୍ତ ରାଷ୍ଟ୍ରୀୟ ବ୍ୟାଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ । ୨୦୧୯ ମସିହାରେ ଦେଶର ଏହି ସର୍ବବୃହତ୍ତ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୭ କୋଟି ଟଙ୍କା ଜରିମାନା କରିଥିଲେ । ନନ୍-ପରଫର୍ମିଂ ଆସେଟ୍ସ କ୍ଷେତ୍ରରେ ଏସବିଆଇ ନିୟମ ଉଲ୍ଲଂଘନ ଓ ଫ୍ରଡ୍ ରିସ୍କ ମ୍ୟାନେଜମେଣ୍ଟ ପାଇଁ ଏସବିଆଇକୁ ଜରିମାନ କରିଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

Leave A Reply

Your email address will not be published.