ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କରି ନୂଆଗଡରେ ଚାପା ଉତ୍ତେଜନା

0 70

ପାରଳାଖେମୁଣ୍ଡି, ୧୮ା୩ : ଉଚ୍ଛେଦ ପୂର୍ବରୁ ଲୋକଙ୍କୁ ଥଇଥାନ କରାନଯିବା ପ୍ରତିବାଦରେ ଗତକାଲି ନୂଆଗଡ ଠାରେ ଜବରଦଖଲ ଉଚ୍ଛେଦ ସମୟରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ନୂଆଗଡରେ ଏକ ବସ୍ତିରେ ଜବରଦଖଲ ଉଚ୍ଛେଦ ବେଳେ ଦେଖାଦେଇଛି ଉତ୍ତେଜନା । ପ୍ରଶାସନ ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ତା ନକରି ବଳ ପୂର୍ବକ ଭାବେ ଉଚ୍ଛେଦ କରିବାରୁ ଏହାକୁ ବିରୋଧ କରିଥିଲେ ବସ୍ତି ବାସିନ୍ଦା । ସେହି ସ୍ଥାନରେ ପ୍ରାୟ ୧୫ରୁ ଅଧିକ ପରିବାର ବହୁ ବର୍ଷ ହେଲା ଘର କରି ରହିଆସୁଛନ୍ତି । ସେମାନଙ୍କର ଘର ଖଣ୍ଡିଏ ନଥିବାରୁ ସେଠାରେ ଝାଟି ମାଟିରେ ଘର କରି ପରିବାର ସହ ରହୁଛନ୍ତି କିନ୍ତୁ ଗତ ଏକ ମାସ ତଳେ ସେହି ସ୍ଥାନ ଛାଡିଦେବାକୁ ପ୍ରଶାସନ ପକ୍ଷରୁ ନୋଟିସ ଦିଆଯାଇଥିଲା । କିନ୍ତୁ ସେମାନଙ୍କୁ ଥଣଥାନ ବ୍ୟବସ୍ଥା କଲେ ସ୍ଥାନ ଛାଡିଦେବୁ ବୋଲି ଲୋକେ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ । କିନ୍ତୁ ପ୍ରଶାସନ ସେମାନଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନକରି ଆଜି ଜୋର ଜବରଦସ୍ତ ପୋଲିସ ଫୋର୍ସ ଲଗାଇ ଜେସିବି ଗାଡିରେ ଭାଙ୍ଗି ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘ ସମୟ ଧରି ଉତ୍ତେଜନା ଦେଖା ଦେବା ପରେ ପ୍ରଶାସନ ଜମି ଚିହ୍ନଟ କରିଥିଲେ । ଉଚ୍ଛେଦ ହେଉଥିବା ସମସ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରିଥିଲେ । ଉଚ୍ଛେଦ ହେଉଥିବା ସମସ୍ତ ପରିବାକୁ ପ୍ରଶାସନ ପକ୍ଷରୁ ଜମି ପ୍ରାଦନ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଡିଓ ଲାବଣେନ୍ଦୁ ମହାନ୍ତି କହିଛନ୍ତି । ତେବେ ଏ ନେଇ ଗତ ମାସ ତଳେ ତହସିଲଦାର ବସ୍ତି ବାସିନ୍ଦାଙ୍କୁ ନୋଟିସ ପଠାଇଥିବା ବେଳେ ବଳ ପୂର୍ବକ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା । ଏହି ଜବରଦଖଲ ଉଚ୍ଛେଦ ବେଳେ ବିଡିଓ ଶ୍ରୀ ମହାନ୍ତିଙ୍କ ମମେତ ତହସିଲଦାର ପ୍ରଫୁଲ କୁଜୁର, ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତି ପ୍ରମୁଖଙ୍କ ସମେତ ଏକ ପ୍ଲାଟୁନ ପୋଲିସ ମୁତୟନଥିଲେ ।

Leave A Reply

Your email address will not be published.