ଯୁବକଙ୍କ ରକ୍ତ ଯୁଡୁବୁଡୁ ମୃତଦେହ ଉଦ୍ଧାର, ଜଣେ ଅଟକ

0 70

ମ.ରାମପୁର:୧୭/୩ (ଡିକେ ନ୍ୟୁଜ୍ )ମ.ରାମପୁର ଥାନା ଅନ୍ତର୍ଗତ ମଦନପୁର ଆଶ୍ରମ ନିକଟ ପିଟାମାଳ ଛକ ନିକଟରେ ଜଣେ ଯୁବକର ରକ୍ତାକ୍ତ ମୃତଦେହ କୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ରିଷିଡାର ରାଧେଶ୍ୟାମ ଅଗ୍ରୱାଲଙ୍କ ସାନପୁଅ ରୂପେଶ ଅଗ୍ରୱାଲ (୩୬) ବୋଲି ଜଣାପଡିଛି । ଏନେଇ ମୃତକଙ୍କ ବଡଭାଇ ନରେଶ ଅଗ୍ରୱାଲ ମ.ରାମପୁର ଥାନାରେ ଏତଲା ଦାୟର କରିଛନ୍ତି। ସେ ଏତଲାରେ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ମ.ରାମପୁର ଥାନାରେ କେଶ ନଂ ୫୭/୨୦୨୧ ଦଫା-୩୦୨-୩୪ ଧାରାରେ ମାମଲା ରୁଜୁ କରାଯାଇ ଥିବା ଥାନାଧିକାରୀ ଜୟଦେବ ତାରିଣୀ ପ୍ରକାଶ ସୁଚନା ଦେଇଛନ୍ତି ।  ସୂଚନା ଅନୁସାରେ ମଙ୍ଗଳବାର ଦିନ ରୁପେଶ କୌଣସି କାମରେ ତାଙ୍କର ଜଣେ ବନ୍ଧୁ ଙ୍କ ସହ  ମ.ରାମପୁର ଅଞ୍ଚଳ ପଟେ  ଯାଇଥିଲେ । କିନ୍ତୁ ଅଚାନକ ବୁଧବାର ସକାଳେ ତାଙ୍କର ରକ୍ତ ଯୁଡ଼ୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇବା ପରେ ପରିବାର ସଦସ୍ୟ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ରୂପେଶ ଙ୍କୁ ହତ୍ୟା କରାଯାଇଥିବା ସନ୍ଧେହ କରି ପୁଲିସ କୁ  ଜଣାଇଥିଲେ । ଖବର ପାଇ କେସିଙ୍ଗା ଏସ.ଡି.ପିଓ ଏସ.ସୁଶ୍ରୀ, ଥାନାଧିକାରୀ ଜୟଦେବ ତାରିଣୀ, ରିଷିଡା ଫାଣ୍ଡିଧିକାରି କ୍ଷୀରସିନ୍ଧୁ ମାଝୀ ସଦଳବଳେ ପହଞ୍ଚି ଥିଲେ । ଏବଂ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ଅଣାଯାଇ ତଦନ୍ତ କରାଯାଇଛି । ମୃତକଙ୍କ ମୁଣ୍ଡ ପାଖରୁ ପ୍ରଚୁର ରକ୍ତସ୍ରାବ ହେବା ସହ ରାସ୍ତା ଅପର ପାଶ୍ୱର୍ରେ ମୃତକର ଗାମୁଛା, ଚପଲ ଓ ଜାକେଟ ପଡିରହିଥିଲା । କୌଣସି ବିଷୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରି  ତାଙ୍କ ସାଥିରେ ଗତକାଲି ଯାଇଥିବା ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଏପଟେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଦିଆଯାଇଛି।

Leave A Reply

Your email address will not be published.