ଖଡିଆଳ ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0 53

ନୂଆପଡା. ୧୮/୩; ନୂଆପଡା ଜିଲ୍ଲା ଖଡିଆଳ ବନାଞ୍ଚଲ ଅଧିକାରୀ ସଦାନନ୍ଦ ସୁନାନୀ ଙ୍କ ଘରେ ଆଜି ଆୟବହିର୍ଭୁତ ସମ୍ପର୍ତ୍ତି ଠୁଲ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଜୟପୁର ଭିଜିଲାନ୍ସ ବିଭାଗ ର ଡିଏସପି ଶ୍ରୀ ଏସ କେ ବିଶ୍ୱାଳ ଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ ଶ୍ରୀ ସୁନାନୀ ଙ୍କ ସରକାରୀ ବାସ ଭବନରେ ଚଢାଉ ଜାରି ରଖିଛି ।

ସେହିପରି ରେଞ୍ଜର ଙ୍କ ପୈତୃକ ଘର ସିନାପାଲି ବ୍ଲକ ର ନିଲିଜି, ତାଙ୍କ ଭାଇ ର ଘର ନେହେନା, ଜ୍ୱାଇଁ ଘର ରାୟଗାଡା ରେ ଏକା ସାଙ୍ଗରେ ଚଢାଉ ଜାରି ରହିଛି । ନିଲିଜି ଗାଁ ତାଙ୍କ ଦୁଇ ମହଲା ବିଶିଷ୍ଠ କୋଠାଘର, ବୋଲେରୋ ଗାଡି, ଟ୍ରାକ୍ଟର, ପିକଅପ ଭ୍ୟାନ, କୁ ମଧ୍ୟ ଠାବ କରିଛି । ଭିଜିଲାନ୍ସ ଡିଏସପି ଶ୍ରୀ ବିଶ୍ୱାଲ ଙ୍କୁ ପଚାରିବାରୁ ଏକା ସାଙ୍ଗରେ ଚାରି ଟି ଜାଗାରେ ଚଢାଉ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.