ଜଳ ଯୋଗାଣ ଓ଼ ଶୌଚାଳୟ ରେ ଅନିୟମିତତା

0 70

କୋରାପୁଟ: ସ୍ୱାସ୍ଥ୍ୟ ହେଉଛି ଅମୁଲ୍ୟ ସମ୍ପଦ. ସ୍ୱାସ୍ଥ୍ୟ ର ଉର୍ନ୍ନତି କରଣ କରିବା ପାଇଁ ସରକାରଙ୍କ ତରଫରୁ କୋଟି କୋଟି ତାଙ୍କ ଖର୍ଚ୍ଚ କରାଯାଉଥିବା ସମୟରେ ଏହା କେତେ କାର୍ଯ୍ୟ କାରି ହେଉଛି ପାଡୁଆ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦେଖିଲେ ଜଣାପଡୁଛି.ସୂଚନା ଅନୁଯାୟୀ କୋରାପୁଟ ଜ଼ିଲ୍ଲା ପାଡୁଆ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଳ ଯୋଗାଣ ଓ଼ ସାଧାରଣ ଶୌଚାଳୟ ନିର୍ମାଣରେ ଅନିୟମିତତା ଦେଖିବା ପାଇଁ ମିଳୁଛି.ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ 12 ଟି ପଞ୍ଚାୟତ ନିର୍ଭର କରୁଛନ୍ତି. ସ୍ୱାସ୍ଥ୍ୟ କେନ୍ଦ୍ର ରେ ସାଧାରଣ ରୋଗୀଙ୍କ ପାଇଁ ଏକ ଶୌଚାଳୟ ନଥିବା ଯୋଗୁ ଦୂର ଦୁରାନ୍ତ ରୁ ଆସୁଥିବା ରୋଗୀ ନାହିଁନଥିବା ଅସୁବିଧାର ର ଶମ୍ଭୁଖିନ ହେଉଛନ୍ତି.ପାଡୁଆ  ସ୍ୱାସ୍ଥ୍ୟ କେନ୍ଦ୍ର ରେ ଷ୍ଟାଫ କ୍ୱାଟର ହେଉ କି ପାଚେରୀ ନିର୍ମାଣ କାର୍ଯ୍ୟ ରେ ଅନିୟମିତତା ହେଉଥିବାର ଦେଖିବା ପାଇଁ ମିଳୁଛି. ସ୍ଥାନୀୟ ଜନ ସାଧାରଣଙ୍କ ଦ୍ୱାରା ବାରମ୍ବାର ଅଭିଯୋଗ ହେଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ.କିଛି ଦିନ ତଳେ ଜ଼ିଲ୍ଲାପାଳ ଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ପରେ ତତ୍ପରତା ଦେଖିବା ପାଇଁ ମିଳିଛି.ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜଳ ଯୋଗାଣ ପାଇଁ ସରକାରଙ୍କ ତରଫର ସମସ୍ତ ବ୍ୟବସ୍ତା କରାଯାଇଥିଲେ ମଧ୍ୟ ଠିକାଦାର ମନମୁଖୀ କାର୍ଯ୍ୟ ପାଇଁ ଏହା ସମ୍ଭବ ହେଇପାରୁନାହିଁ. କିଛି ଲୋକ ଦେଖାଣିଆ ପାଇଁ ଠିକାଦାର ପାଇପି ବିଛାଉ ଥିବା ସମୟରେ ସ୍ଥାନିତ ଲୋକ ମାନଙ୍କ ଦ୍ଵାରା ଅଭିଯୋଗ ହେବା ଦ୍ୱାରା ଗୋଷ୍ଟି ଉର୍ନ୍ନୟନ ଅଧିକାର କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ.2013 ମସିହା ରେ ପାଡୁଆ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଷ୍ଟାଫ କ୍ୱାଟର ସହିତ ଅନ୍ୟାନ ଉର୍ନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରାଯାଇଥିଲା. କିନ୍ତୁ ଦୁଃଖର ବିଷୟ 7ବର୍ଷ ଅତିକ୍ରମ କରିସାରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଏହା ଶେଷ ହୋଇପାରିନାହିଁ. ଏହି ସବୁ ଉପରେ ଜ଼ିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି.

Leave A Reply

Your email address will not be published.