ଟୋପେ ପାଣି ପାଇଁ ଡହଳ ବିକଳ ଭେଜା ଗ୍ରାମବାସୀ

0 75

କୋରାପୁଟ :ନନ୍ଦପୁର ବ୍ଲକ ଅନ୍ତର୍ଗତ ଭେଜା ଗ୍ରାମପଞ୍ଚାୟତ ଏଠାରେ 150 ପରିବାର ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି.ପଞ୍ଚାୟତ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଟାୱାର ପାଇପ ସପ୍ଲାଏ ର ବ୍ୟବସ୍ଥା କରାଯାଇ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଥିଲା.କିନ୍ତୁ କିଛି ଦିନ ପରେ ଏହା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି.ସ୍ଥାନୀୟ ଜନସାଧାରଣ ଙ୍କ କହିବା ଅନୁସାରେ ବିଭାଗୀୟ ଅବହେଳା ଯୋଗୁ ଗତ 2 ବର୍ଷ ତଳେ ପାଣି ମଟର ଚୋରି ହୋଇଯାଇଛି ତାପର ଠାରୁ ଅଞ୍ଚଳ ବାସୀଙ୍କ ପାଇଁ ପାଣି ପାଲଟିଛି ସାତ ସପନ.ଗ୍ରାମରେ ଥିବା ଗୋଟେ ମାତ୍ର ନଳକୂପ କିନ୍ତୁ ସେଥିରୁ ବାହାରୁଛି ଗୋଳିଆ ପାଣି.ଯାହା କି ଏହା ପିଇବା ପାଇଁ ଉପଯୋଗ୍ୟ ନୁହେଁ.ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଶାସନ ଙ୍କ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ. ବାଧ୍ୟ ହୋଇ ଗ୍ରାମବାସୀ ଦେଢ଼ କିଲୋମିଟର ଦୂର ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି. ଏହି ଚୁଆ ପାଣି ଦୂଷିତ ଥିବାରୁ ଏହି ପାଣି କୁ ଫୁଟାଇ ପିଉଛନ୍ତି.ଏହି ପାଣି ବ୍ୟବହାର କରିବା ଦ୍ୱାରା ନା ନା ପ୍ରକାର ରୋଗର ଶିକାର ହେଉଛନ୍ତି. ଆଗକୁ ଖରା ଦିନ ଆସୁଥିବାରୁ ଜଳ ସଙ୍କଟ ଦୂର କରିବା ସହିତ  ପାନୀୟ ଜଳର ସୁ ବନ୍ଦ ବ୍ୟସ୍ତ କରିବା  ପାଇଁ ଗ୍ରାମବାସୀଙ୍କ ଦ୍ୱାରା ପ୍ରଶାସନ କୁ ନିବେଦନ କରାଯାଇଛି. ଦେଖିବା ପାଇଁ ବାକି ରହିଲା କୋରାପୁଟ ପ୍ରଶାସନ ଏହା ଦେଖିଲା ପରେ କେରେ ଦୂର ପଦକ୍ଷେପ ନେଉଛନ୍ତି.Attachments area

Leave A Reply

Your email address will not be published.