ଲଣ୍ଡା କଲା ପୁଲିସ, ବାହାରିଲା ସୁନା

0 66

ଚେନ୍ନାଇ, ୨୨ ।୩: ମୁଣ୍ଡ ଭତରୁ ହେଲା ସୁନା ବର୍ଷା । କେବଳ ସୁନା ନୁହେଁ ପୁଳା ପୁଳା ଟଙ୍କା ମଧ୍ୟ ବାହାରିଲା । ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚେନ୍ନାଇ ବିମାନ ବନ୍ଦରରୁ । ବିଦେଶରୁ ସୁନା ଚୋରା ଚାଲାଣ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ବିମାନ ବନ୍ଦରରେ କଡା ଯାଞ୍ଚ ଯୋଗୁଁ ପ୍ରତ୍ୟେକ ଦିନ ନୂଆ ନୂଆ ଉପାୟ ଆପଣାଉଛନ୍ତି ଅପରାଧୀ । ଚେନ୍ନାଇ ବିମାନ ବନ୍ଦରରେ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସୁରକ୍ଷାକର୍ମୀ ଚକିତ ହୋଇପଡିଛନ୍ତି । ନିକଟରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁବାଇରୁ ଆସୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ପୁଲିସ ଲଣ୍ଡା କରାଇବା ପାଇଁ ଦୁଇ ଯାତ୍ରୀଙ୍କୁ ନେଇ ଯାଇଥିଲା । ଏହାପରେ ଏହି ଦୁଇ ଯାତ୍ରୀଙ୍କ ମୁଣ୍ଡରୁ ପୁଳାପୁଳା ସୁନା ସାଙ୍ଗକୁ ଟଙ୍କା ବାହାରିଥିଲା । ପ୍ରକୃତରେ ଏହି ଦୁଇ ଯାତ୍ରୀ ମୁଣ୍ଡରେ ୱିଗ ପିନ୍ଧିଥିଲେ । ତା’ତଳେ ଲେପ ଦେଲା ଭଳି ସୁନା ପ୍ଲେଟ ଲୁଚାଇଥିଲେ । ଯେତେବେଳେ ଉଭୟଙ୍କୁ ଲଣ୍ଡା କରାଯାଇଥିଲା ସେତେବେଳେ ସେମାନଙ୍କ ଚୁଟି ଭିତରୁ ବର୍ଷା ହେଲା ଭଳି ସୁନା ଗଳିଥିଲା । ଏହି ଚୋରା ଚାଲାଣ ମାମଲାରେ କଷ୍ଟମ ଅଧିକାରୀ ଅନ୍ୟ ୭ ଜଣ ଯାତ୍ରୀଙ୍କୁ ଗିରଫ କରିଛି । ଗିରଫ ୩ ଜଣଙ୍କ ମୁଣ୍ଡ ଭିତରୁ ସୁନା ଏବଂ ଅନ୍ୟ ୪ଜଣଙ୍କ ମୁଣ୍ଡ ଭିତରୁ ବିଦେଶୀ ଟଙ୍କା ଜବତ ହୋଇଛି । ଏହି ପ୍ରକାରରେ ଚେନ୍ନାଇ ବିମାନବନ୍ଦରରୁ ପ୍ରାୟ ୧୪ ଜଣ ଯାତ୍ରୀ ଧରାପଡିଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଛି । ଏହି ୬ ଜଣଙ୍କ ନିକଟରୁ ୨ କୋଟି ୫୦ ଲକ୍ଷ ଟଙ୍କାର ସୁନା ଏବଂ ନଗଦ ୨୫ ଲକ୍ଷରୁ ଅଧିକ ଟଙ୍କାର ବିଦେଶୀ ମୁଦ୍ରା ଜବତ କରିଛି ପୁଲିସ । ଯେଉଁ ଯାତ୍ରୀଙ୍କ ମୁଣ୍ଡରୁ ସୁନା ବାହାରିଥିଲା ସେମାନେ ଶାରଜା ଯିବାକୁ ଚେଷ୍ଟା କରୁଥିଲେ ।

Leave A Reply

Your email address will not be published.