ବଢ଼ିଲା ସଚିନ ବାଜେଙ୍କ ଅଡ଼ୁଆ, ଲାଗିଲା ୟୁଏପିଏ

0 67

ନୂଆଦିଲ୍ଲୀ, ୨୪ ।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଖଚିତ କାର୍ ମିଳିବା ଘଟଣାରେ ଗିରଫ ମୁମ୍ବାଇ ପୁଲିସର ନଲମ୍ବିତ ଅଧିକାରୀ ସଚିନ ବାଜେଙ୍କ ଅଡ଼ୁଆ ବଢ଼ିଛି । ତାଙ୍କୁ ଏନଆଇଏ ଗିରଫ କରିଥିଲା । ଏବେ ତାଙ୍କ ନାଁରେ କଠୋର ୟୁଏପିଏ ଲାଗୁ କରାଯାଇଛି । ବର୍ତ୍ତମାନ ସଚିନ ବାଜେ ଏନଆଇଏ ହେପାଜତରେ ରହିଛନ୍ତି । ସେହିପରି ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ସଚିନ ବାଜେଙ୍କ ବିରୋଧରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ୍ (ଏଟିଏସ୍) ତଦନ୍ତ କରୁଛି । ଗତ ସପ୍ତାହରେ ଏଟିଏସ୍ ମନସୁଖଙ୍କ ମୃତ୍ୟୁ ମାମଲାରେ ନିଲମ୍ବିତ ପୁଲିସ୍ ଅଧିକାରୀ ବିନାୟକ ସିନେ୍ଧ ଓ କ୍ରିକେଟ ବୁକି ନରେଶ ଗୌରଙ୍କୁ ଗିରଫ କରିଥିଲା । ଏହି ଦୁଇ ଜଣଙ୍କ ଗିରଫ ପରେ ସଚିନ ବାଜେ ହିଁ ମନସୁଖଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଏଟିଏସ୍ ଜାଣିବାକୁ ପାଇଛି । ସେହିପରି ପୂରା ଘଟଣାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଏଟିଏସ ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି । ଏବେ ଏଟିଏସ୍ ସଚିନ ବାଜେଙ୍କୁ ମାର୍ଚ୍ଚ ୨୫ରେ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ । ୟୁଏପିଏ ବଳରେ କେନ୍ଦ୍ର ସରକାର ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରିପାରିବେ । ବ୍ୟକ୍ତିଜଣଙ୍କ ଯଦି ଆତଙ୍କ ସୃଷ୍ଟି କରିବା ଭଳି କୌଣସି ଘଟଣାରେ ସାମିଲ ଥିବେ, ଏହାକୁ ପ୍ରୋତ୍ସାହିତ କରିଥିବେ କିମ୍ବା ସକ୍ରିୟ ଭାବେ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବେ ତା’ହେଲେ ତାଙ୍କ ବିରୋଧରେ ୟୁଏପିଏ ଲାଗୁ ହେବ ।

Leave A Reply

Your email address will not be published.