ଦିଲ୍ଲୀରେ ଭୟାବହ କରୋନା ସ୍ଥିତି

0 67

ନୂଆଦିଲ୍ଲୀ, ୩୦ ।୩: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ଦିଲ୍ଲୀର ବଡ଼ ବଡ଼ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ଏବଂ ଆଇସିୟୁ ବେଡ୍ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇସାରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦିଲ୍ଲୀର ହସ୍ପିଟାଲରେ ବେଡ୍ ସଂଖ୍ୟାକୁ ନେଇ ସମୀକ୍ଷା କରାଯିବ ଏବଂ ଅଧିକ ବେଡ୍ର ବନ୍ଦୋବସ୍ତ କରାଯିବ । ମନ୍ତ୍ରୀଙ୍କ ମତରେ ଦିଲ୍ଲୀର ସରକାରୀ ହସ୍ପିଟାଲରେ ଭେଣ୍ଟିଲେଟର ଏବଂ ବେଡ୍ ଖାଲିପଡ଼ିଛି । ଦୁଇ ତିନୋଟି ଘରୋଇ ହସ୍ପିଟାଲରେ ଆଇସିୟୁ ଫୁଲ ହୋଇଛି । ଖୁବଶୀଘ୍ର ଅଧିକ ବେଡ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବାହାର ରାଜ୍ୟର ସଂକ୍ରମିତ ମଧ୍ୟ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ନର୍ଦେନ୍ ରେଲ୍ୱେ ହସ୍ପିଟାଲରେ ଗୋଟିଏ ବି ଆଇସିୟୁ ବେଡ୍ ଖାଲିନାହିଁ । ଭେଙ୍କେଟେଶ୍ୱର ହସ୍ପିଟାଲ, ସାଲିମାର ବାଗର ଫୋର୍ଟିସ୍ ହସ୍ପିଟାଲ ଏବଂ ମ୍ୟାକ୍ସ ହସ୍ପିଟାଲରେ ମଧ୍ୟ ଆଇସିୟୁ ବେଡ୍ ଉପଲବ୍ଧ ନାହିଁ । ଏମିତି ପ୍ରାୟ ସମସ୍ତ ହସ୍ପିଟାଲରେ ବେଡ୍ ଉପଲବ୍ଧ ନାହିଁ ବୋଲି ସୂଚନା ମିଳିଛି । ଦିଲ୍ଲୀ ସରକାରଙ୍କ ବାବା ଆମ୍ବେଦକର ହସ୍ପିଟାଲରେ ୯ ଆଇସିୟୁ ବେଡ୍ ଥିବା ବେଳେ ଏଥିରେ କରୋନା ସଂକ୍ରମିତ ଅଛନ୍ତି । ସରିତା ବିହାରରେ ଥିବା ଆପୋଲୋ ହସ୍ପିଟାଲରେ ମଧ୍ୟ ଆଇସିୟୁ ବେଡ୍ ଉପଲବ୍ଧ ନାହିଁ । ଅନ୍ୟପଟେ ଦିଲ୍ଲୀ ସରକାରଙ୍କ ଦିଲ୍ଲୀ କରୋନା ଆପ୍ରେ ୩୦ ମାର୍ଚ୍ଚ ସକାଳ ୧୧ରେ ମିଳିଥିବା ଡାଟା ଅନୁସାରେ କରୋନା ସଂକ୍ରମିତଙ୍କ ପାଇଁ ମୋଟ ୫୭୯୭ ବେଡ୍ ରହିଛି । ଯେଉଁଥିରୁ ଏବେ କେବଳ ୧୬୦୪ରେ ରୋଗୀ ଅଛନ୍ତି ଏବଂ ୪୧୯୩ ବେଡ ଖାଲି ପଡ଼ିଛି । ଦିଲ୍ଲୀରେ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ମୋଟ ୭୮୫ଟି ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ବେଡ୍ ଥିବା ବେଳେ ୨୫୫ ଜଣ ସଂକ୍ରମିତ ଭର୍ତ୍ତି ହୋଇଛନ୍ତି । ଅର୍ଥାତ ୫୩୦ ବେଡ୍ ଫାଙ୍କା ରହିଛି । ଏହା ସହ ଭେଣ୍ଟିଲେଟର ନଥିବା ମୋଟ ୧୨୨୫ ଆଇସିୟୁ ବେଡ୍ ଥିବା ବେଳେ ୩୭୨ ବେଡ୍ ଭର୍ତ୍ତି ଅଛି । ୮୫୩ ବେଡ୍ ଖାଲି ପଡ଼ିଥିବା କରୋନା ଆପ୍ରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.