“ଥଣ୍ଡା ଥଣ୍ଡା କୁଲ୍ କୁଲ୍, ଭୋଟ୍ ପାୱେ ଜୋଡା ଫୁଲ’

0 67

ନନ୍ଦିଗ୍ରାମ, ୩୦ ।୩ : ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ । ରାଜ୍ୟର ହଟ୍ ସିଟ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ୱିଲ୍ ଚେୟାରରେ ବସି ପଦଯାତ୍ରା କରିଛନ୍ତି । ପଦଯାତ୍ରା ସମୟରେ ମମତା ନନ୍ଦିଗ୍ରାମରେ ଅଲଗା ଅନ୍ଦାଜରେ ଭୋଟ ମାଗିଛନ୍ତି । ନନ୍ଦିଗ୍ରାମରୁ ସୋନାଚୁରା ପଦଯାତ୍ରା ସମୟରେ ମମତା କହିଛନ୍ତି ଯେ ଶାନ୍ତି ରକ୍ଷା କରି ମତଦାନ କରନ୍ତୁ । ସେ କହିଛନ୍ତି, ଧ୍ୟାନରେ ରଖନ୍ତୁ, “କୁଲ କୁଲ ତୃଣମୂଳ, ଥଣ୍ଡା ଥଣ୍ଡା କୁଲ କୁଲ, ଭୋଟ ପାୱେ ଜୋଡା ଫୁଲ (ଥଣ୍ଡା ଥଣ୍ଡା କୁଲ କୁଲ, ଫୁଲ କେ ଯୋଡ଼େ କୋ ମିଲେଗା ଭୋଟ)’ ସେ କହିଛନ୍ତି, “୨୪ ଘଣ୍ଟା ପାଇଁ ନିଜ ମନକୁ ଶାନ୍ତ ରଖନ୍ତୁ, ଆମ ବିଜୟ ନିଶ୍ଚିତ ହେବ ।’ ନଁଦୁଗରମ ଆସନରୁ ଏଥର ମମତା ନିଜର ଖାସ୍ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେଉଛନ୍ତି । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କର ଏହି ଅଞ୍ଚଳରେ ଖୁବ ଦବଦବା ରହିଛି ବୋଲି କୁହାଯାଉଛି । ସେଥିପାଇଁ ନନ୍ଦିଗ୍ରାମ ଆସନକୁ ନେଇ ମମତା ଖୁବ ସତର୍କ ଅଛନ୍ତି । ଏପଟେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ମାତ ଦେବେ ବୋଲି ଦାବି କରିଛନ୍ତି । ମମତା ଲଗାତାର ନିଜ ଜନସଭାରେ ଅଭିଯୋଗ କରୁଛନ୍ତି ଯେ ବିଜେପି ନିର୍ବାଚନ ଜିତିବାକୁ ଯେକୌଣସି ପଦକ୍ଷେପ ନେଇପାରେ । ଭୋଟରଙ୍କୁ ଡରାଇ ଧମକାଇ ନିଜ ପାଲରେ ପକାଇବାକୁ ବିଜେପି ବାହାରୁ ଗୁଣ୍ଡା ନେଇ ଆସିଛି ବୋଲି ମଧ୍ୟ ସେ କହିଛନ୍ତି । ମମତା ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବିଜେପି ଉପରେ ନଜର ରଖିବାକୁ କହିଛନ୍ତି ।

Leave A Reply

Your email address will not be published.