ମଗୁଫୁଲିଙ୍କ ଶ୍ରଦ୍ଧାଞ୍ଜଳି : ସଭାରେ ଦଳାଚକଟା, ୪୫ ମୃତ

0 66

ଦାର-ଏ-ସଲାମ, ୩୦ ।୩ : ଆଫ୍ରିକୀୟ ଦେଶ ତାଞ୍ଜାନିଆର ଦିବଙ୍ଗତ ରାଷ୍ଟ୍ରପତି ଜନ୍ ମଗୁଫୁଲିଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଦଳାଚକଟା ହୋଇଛି । ଫଳରେ ୪୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ରାଜଧାନୀ ଦାର-ଏ-ସଲାମସ୍ଥିତ ଏକ ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ ଲାଗି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଥିବା ବେଳେ ଏହି ଅଭାବନୀୟ କାଣ୍ଡ ଘଟିଛି । ଜନ ମଗୁଫୁଲିଙ୍କୁ ଦେଶରେ ବୁଲ୍ଡୋଜର ବୋଲି ଲୋକେ ଡାକନ୍ତି । ତାଙ୍କ ନୀତି ଲାଗି ଲୋକେ ତାଙ୍କର ଏପରି ନାମକରଣ କରିଥିଲେ । ତାଙ୍କର ପରଲୋକ ହୋଇଥିବା ନେଇ ଉପରାଷ୍ଟ୍ରପତି ଉପରାଷ୍ଟ୍ରପତି ସାମିୟା ସୁଲୁହୁ ସୂଚିତ କରିଥିଲେ । ବୁଲ୍ଡୋଜରଙ୍କ ପରଲୋକ ପରେ ତାଙ୍କ ପଦରେ ସାମିୟା ସୁଲୁହୁ ହସନ ରାଷ୍ଟ୍ରପତି ଅବସ୍ଥାପିତ ହୋଇଛନ୍ତି । ଜନ ମଗୁଫୁଲିଙ୍କ ମୃତ୍ୟୁ ହୃଦଘାତ ଯୋଗୁ ହୋଇଥିବା ନୂଆ ରାଷ୍ଟ୍ରପତି ସାମିୟା ହସନ କହିଛନ୍ତି । ତେବେ ବେଲଜିୟମରେ ଅବସ୍ଥାନ କରୁଥିବା ନିର୍ବାସିତ ବିରୋଧୀ ଦଳ ନେତା ଟୁଣ୍ଡୁ ଲିସୁ ତାଙ୍କର ମୃତ୍ୟୁ କରୋନା ଯୋଗୁ ହୋଇଥିବା କହିଛନ୍ତି । ହେଲେ ଜୀବିତାବସ୍ଥାରେ ଜନ ମଗୁଫୁଲି ଦେଶରେ କୋରନାକୁ ଅସ୍ୱୀକାର କରୁଥିଲେ । ତେବେ ପରଲୋକର ସପ୍ତାହକ ପୂର୍ବରୁ କରୋନାକୁ ଦେଶ ଲାଗି ସବୁଠୁ ବଡ଼ ବିପଦବୋଲି କହିଥିଲେ ।

Leave A Reply

Your email address will not be published.