ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି : ୪ ଘଂଟା ବନ୍ଦ ରହିବ ଦର୍ଶନ

0 73

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୪ଟା ଠାରୁ ଏହି ଗୁପ୍ତ ସେବା ଆରମ୍ଭ ହେବ । ଏଥିପାଇଁ ଅପରାହ୍ନ ୪ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଂଟା ଧରି ଦର୍ଶନ ବନ୍ଦ ରହିବ । ଦତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ସେଥିପାଇଁ ଗର୍ଭ ଗୃହର ଦ୍ୱାର ୪ ଘଂଟା ବନ୍ଦ ରହିବ । ବନକଲାଗି ପରେ ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ମହାସ୍ନାନ ପରେ ଭକ୍ତ ମାନେ ଶ୍ରୀ ବିଗ୍ରହ ମାନଙ୍କ ଦର୍ଶନ କରିପାରିବେ ।

Leave A Reply

Your email address will not be published.