ସରିଲା ଶରଦ ପାୱାରଙ୍କ ସର୍ଜରୀ

0 84

ମୁମ୍ବାଇ, ୩୧ ।୩: ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି । ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ତାଙ୍କର ସର୍ଜରୀ ହୋଇଥିଲା । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ପାୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି । ବର୍ତ୍ତମାନ ତାଙ୍କୁ କିଛି ଦିନ ହସ୍ପିଟାଲରେ ଅବଜରଭେସନରେ ରଖାଯିବ । ଆଗକୁ ଯଦି ତାଙ୍କର ଯନ୍ତ୍ରଣା ନ କମିବ ତାହେଲେ ତାଙ୍କର ଗଲବ୍ଲାଡର କଢାଯିବ ବୋଲି ଡାକ୍ତର କହିଛନ୍ତି । ସୂଚନାଯୋଗ୍ୟ ଯେ ୮୦ ବର୍ଷୀୟ ଶରଦ ପାୱାର ରବିବାର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାରୁ ତାଙ୍କର ପିତକୋଷରେ ସମସ୍ୟା ଥିବା ଜଣାପଡିଥିଲା । ପାର୍ଟି ପକ୍ଷରୁ ତାଙ୍କର ଶରୀର ଅସୁସ୍ଥତା ନେଇ ଟ୍ୱିଟ୍ରେ ପୋଷ୍ଟ କରାଯାଇଥିଲା । ଗତ ୨୯ ମାର୍ଚ୍ଚରେ ଚିକିତ୍ସା ପାଇଁ ପାୱାରଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ତାଙ୍କର ସମସ୍ୟା ଜଣାପଡିବାରୁ ଅପରେସନ ପାଇଁ ଡାକ୍ତର କହିଥିଲେ । ଫଳରେ କାଲି ବିଳମ୍ୱିତ ରାତିରେ ଅସ୍ତ୍ରୋପଚାର କରାଯାଇଛି ।

Leave A Reply

Your email address will not be published.