୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ ଆଜିଠାରୁ

80

ଭୁବନେଶ୍ୱର: ଆଜି ଠାରୁ  ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କରୋନା ଟୀକା ଦିଆଯିବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟୀକାକରଣକୁ ପ୍ରାଥମିକତା ଦିଆଯିବ । ମାଛ ମାଂସ ବିକ୍ରେତା, ସେଲୁନ, ଷ୍ଟ୍ରିଟ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର,ବିଦ୍ୟାଳୟ ଓ କଲେଜ ଶିକ୍ଷକ, ରେଷ୍ଟୁରାଂଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟୀକାକରଣ କେନ୍ଦ୍ର ବଢାଇବା ସହ ଟୀକାକରଣ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Comments are closed.