ଆକାଶରୁ ଅଗ୍ନିବର୍ଷା : ବିଶ୍ୱର ଉତ୍ତପ୍ତ ସହର ଭୁବନେଶ୍ୱର

0 76

ଭୁବନେଶ୍ୱର: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି । ଯାହାକି ମାର୍ଚ୍ଚ ମାସରେ ରାଜ୍ୟର ରେକର୍ଡକୁ ଭାଙ୍ଗିଛି । ୪୦ଡିଗ୍ରୀ ଉପରେ ରାଜ୍ୟର ୧୮ଟି ସହରର ତାପମାତ୍ରା ରହିଥିବା ବେଳେ ଗତ ୪ଦିନ ହେବ ରାଜ୍ୟର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୪୦ ଡିଗ୍ରୀ ତାପମାତ୍ରା ଉପରେ ରହିଥିବା ସହରଗୁଡ଼ିକ ହେଲା ବାରିପଦା ୪୩.୬, ବାଲେଶ୍ୱର ୪୩, କଟକ ୪୨.୬,ତାଳଚେର ୪୨.୫, ବୌଦ୍ଧ ୪୨, ଅନୁଗୁଳ ୪୧.୭, ବଲାଙ୍ଗିର ୪୧.୫, ଭବାନୀପାଟଣା ୪୧.୫, ନୟାଗଡ଼ ଓ ଟିଟିଲାଗଡ଼ ୪୧.୨, ସୋନପୁର ଓ ସମ୍ବଲପୁର ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେଥିପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ସୁନ୍ଦରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼,ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର,ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର,କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ,ଯାଜପୁର, ଭଦ୍ରକ ଓ ବାଲେଶ୍ୱର । ଏହିସବୁ ଜିଲ୍ଲାବାସୀଙ୍କୁ ୨ ତାରିଖ ସକାଳ ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ,ଗତକାଲି ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ତାଳଚେରରେ ତାପମାତ୍ର ୪୨.୭ ଡିଗ୍ରୀ ରହିଥିଲା ବେଳେ ବୌଦ୍ଧରେ ୪୨.୫, ବଲାଙ୍ଗିରରେ ୪୨.୨, ଝାରସୁଗୁଡ଼ାରେ ୪୨.୨, ଟିଟିଲାଗଡ଼ରେ ୪୨, ଅନୁଗୋଳରେ ୪୧.୯, ସୋନପୁରରେ ୪୧.୮, ନୟାଗଡ଼ରେ ୪୧.୭, ବାଲେଶ୍ୱରରେ ୪୧.୪, ହୀରାକୁଦରେ ୪୧.୪, ସମ୍ବଲପୁରରେ ୪୧.୩, ସୁନ୍ଦରଗଡ଼ରେ ୪୧, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧ ଓ କଟକରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.