ଚିନ୍ତା ବଢ଼ାଇଲା ଦ୍ୱିତୀୟ ଲହର : ଦିନକରେ ୩୫୪ ସଂକ୍ରମିତଙ୍କ ମୃତ୍ୟୁ

0 60

ନୂଆଦିଲ୍ଲୀ: କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି । ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନ୍ ର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି । ଦେଶରେ କରୋନାଜନିତ ଦୈନିକ ମୃତ୍ୟୁସଂଖ୍ୟା ୩୦୦ ଟପିଲାଣି । ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୩୫୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହା ଉଦ୍ବେଗର କାରଣ ପାଲଟିଛି ।

ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି ପାଇଛି । ଦେଶରେ ୩୫୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ମହାରାଷ୍ଟ୍ରରେ ୧୪୦, ପଞ୍ଜାବ ୧୬୪, ଛତିଶଗଡ଼ ୩୫, କର୍ଣ୍ଣାଟକ ୨୧, ତାମିଲନାଡୁ ୧୬, ମଧ୍ୟପ୍ରଦେଶ ଓ ୟୁ ପିରେ ୧୦ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମାର୍ଚ୍ଚରେ ଦେଶରେ ୪୬ ଜିଲ୍ଲାରେ ୭୦ ପ୍ରତିଶତ ମୃତ୍ୟୁ ରେକର୍ଡ କରାଯାଇଛି ।

ମୃତକଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ୪୫ବର୍ଷରୁ ଊଦ୍ଧ୍ୱର୍ ବୟସ୍କ । ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଥିବାରୁ ଏହା ଏବେ ପୁଣି ଚିନ୍ତାର କାରଣ ପାଲଟିଛି । ଡିସେମ୍ବର ୧୬ ପରେ ଆଜିର ମୃତ୍ୟୁସଂଖ୍ୟା ସର୍ବାଧିକ । ଲଗାତାର ୨୦ଦିନ ଧରି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ମଙ୍ଗଳବାର ୫୬ ହଜାରରୁ ଅଧିକ କରୋନା ସଂକ୍ରମିଚ ଚିହ୍ନଟ ହୋଇଥିଲା ବେଳେ ଗତ ୨୪ ଘଣ୍ଟାରେ ୫୩ ହଜାର ୪୮୦ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି ।

ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨୧ଲକ୍ଷ ୪୯ ହଜାର ୩୩୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ହୋଇଥିବା ୩୫୪ଜଣଙ୍କ ମୃତ୍ୟୁକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁସଂଖ୍ୟା ୧,୬୨,୪୬୮ରେ ପହଞ୍ôଚଛି । ସେହି ରି ୨୪ଘଣ୍ଟାରେ ସଂକ୍ରମଣରୁ ସୁସ୍ଥ ହୋଇଥିବା ୪୧ହଜାର ୨୮୦ଜଣଙ୍କୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧,୧୪,୩୪,୩୦୧ ରେ ପହଞ୍ଚିଛି । ଏଥିସହିତ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୨,୫୬୬ରେ ପହଞ୍ଚିଛି । ଏଥିସହିତ ଆଇସିଏମ୍ଆର ତଥ୍ୟ ଅନୁଯାୟୀ ମାର୍ଚ୍ଚ ୩୦ ସୁଦ୍ଧା ୨୪,୩୬,୭୨,୯୪୦ ନମୂନା ପରୀକ୍ଷା ସରିଛି ।

୩୦୦ ମୁହାଁ ସଂକ୍ରମଣ:

ରାଜ୍ୟରେ ୩୦୦ ମୁହାଁ ଦୈନିକ କରୋନା ସଂକ୍ରମଣ । ଆଜି ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ୩୦୦ ପାଖାପାଖି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ମୋଟ୍ ୨୪ ଜିଲ୍ଲାରୁ ୨୯୭ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ଟି ମାମଲା ଆସିଥିବା ବେଳେ ୧୨୩ଟି ହେଉଛି ସ୍ଥାନୀୟ ସଂକ୍ରମଣ । କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି ।

ଅନୁଗୁଳରୁ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬, ବରଗଡ଼ରୁ ୧୮, ଭଦ୍ରକରୁ ୨, ବଲାଙ୍ଗିରରୁ ୫, କଟକରୁ ୧୭, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୭, ଜଗତ୍ସିଂହପୁରରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୩୩, କୋରାପୁଟରୁ ୫, ମୟୂରଭଞ୍ଜରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ନବରଙ୍ଗପୁରରୁ ୩, ନୟାଗଡ଼ରୁ ୨, ନୂଆପଡ଼ାରୁ ୩୧, ପୁରୀରୁ ୬, ସମ୍ବଲପୁରରୁ ୧୭, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୩୮ ଏବଂ ଷ୍ଟେଟ୍ ପୁଲରୁ ୪ ଜଣଙ୍କ ରିପୋର୍ଟ କୋଭିଡ ପଜିଟିଭ ଆସିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭କୁ ବୃଦ୍ଧି ପାଇଥିବା ବେଳେ ଏବେ ୨୦୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୩ଲକ୍ଷ ୩୬ ହଜାର ୯୩୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୯୨୧ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଜଣାଯାଇଛି ।

Leave A Reply

Your email address will not be published.