ବୋଲ ମାନୁନି କରୋନା: ଦିନକରେ ୪ ହଜାର ସଂକ୍ରମିତଙ୍କ ମୃତ୍ୟୁ

0 96

ନୂଆଦିଲ୍ଲୀ, ୩୧ ।୩: ବ୍ରାଜିଲରେ ପୁଣିଥରେ କରୋନା ମହାମାରୀର ବିକଟାଳ ରୂପ ଦେଖିବାକୁ ମିଳିଛି । ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମଙ୍ଗଳବାର ଦିନ ବ୍ରାଜିଲରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି । ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩ ହଜାର ୭୮୦ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏତେ ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ଯୋଗୁଁ ଲୋକେ ଭୟଭୀତ ଅଛନ୍ତି । ଗୋଟିଏ ଦିନରେ ଦେଶରେ ୮୪ ହଜାର ୪୯୪ ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୧୨.୬୫ ମିଲିୟନରେ ପହଞ୍ଚିଛି । ୨୧୩ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଦେଶ ବ୍ରାଜିଲ ଆମେରିକା ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଗତ ମାସରେ ବ୍ରାଜିଲ ସରକାର କୋଭାକସିନର ୨୦ ମିଲିୟନ ଡୋଜ କିଣିବାକୁ ଭାରତ ସହ ଚୁକ୍ତି କରିଥିଲେ । କିନ୍ତୁ ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ନିୟାମକ ଅନୁସନ୍ଧାନ କହିଛନ୍ତି ଯେ ଏତିକି ଡୋଜ ତାଙ୍କ ଆବଶ୍ୟକତା ପୁରା କରିପାରିବ ନାହିଁ । ଦେଶରେ ପ୍ରତିଦିନ ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟା ଲୋକଙ୍କ ସମସ୍ତ ବଢ଼ାଇ ଦେଇଛି । ଗତ ସପ୍ତାହରେ ନିୟମିତ ପାଖାପାଖି ୨ ହଜାର ୬୦୦ ସଂକ୍ରମିତ ପ୍ରାଣ ହେଉଥିଲେ ଏବଂ ୭୫ ହଜାରରୁ ଅଧିକ ସଂକ୍ରମିତ ହେଉଥିଲେ । କିନ୍ତୁ ଏବେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏବେ ସୁଦ୍ଧା ୩ ଲକ୍ଷ ୧୭ ହଜାର ୬୦୦ରୁ ଅଧିକ ଜଣ କରୋନା ଭାଇରସ ଯୋଗୁଁ ପ୍ରାଣ ହରାଇ ସାରିଛନ୍ତି । ଅନ୍ୟ ଦେଶ ତୁଳନାରେ ବ୍ରାଜିଲରେ କରୋନା ଜନିତ ମୃତ୍ୟୁ ଅଧିକ ହେଉଛି । ବିଶ୍ୱର ଏକ ଚତୁର୍ଥାଂଶ ମୃତ୍ୟୁ ପାଇଁ କରୋନା ଦାୟୀ ବୋଲି କୁହାଗଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଏବେ ସୁଦ୍ଧା ଏହାର ପ୍ରଭାବଶାଳୀ ଭ୍ୟାକସିନ ମିଳିନାହିଁ । କରୋନା ଭାଇରସ ସହ ଲଢ଼ିବାରେ ଅସଫଳତାକୁ ନେଇ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ସାରା ଦୁନିଆରେ ନିନ୍ଦା କରାଯାଉଛି ।

Leave A Reply

Your email address will not be published.