ଗ୍ରାମବାସୀ ଙ୍କ ଦ୍ୱାରା ରାସ୍ତା ନିର୍ମାଣ

0 75

କୋରାପୁଟ: ସେମିଲିଗୁଡା ବ୍ଲକ ପାକୁଝରା ପଞ୍ଚାୟତ ଲୁଙ୍ଗରି ଗ୍ରାମ. ଏହି ଗ୍ରାମ ସଦର ମହକୁମା ଠାରୁ ମାତ୍ର 2 କିଲୋମିଟର ରେ ଅବସ୍ଥିତ. ଏହି ଗ୍ରାମରେ 400 ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି.ସ୍ଥାନୀୟ ପଞ୍ଚାୟତ ଅଫିସ କୁ ଯିବା ପାଇଁ ହେଲେ 6 କିଲୋମିଟର ବାଟ ବୁଲିକି ଯିବା ପାଇଁ ପଡିଥାଏ, ଯାହା ବୟସ୍କ ମହିଳା ଓ ପୁରୁଷ ପ୍ରତି ସମ୍ଭବ ପର ନୁହେଁ. ଗ୍ରାମ ଠାରୁ ପଞ୍ଚାୟତ ଅଫିସ ଯିବା ପାଇଁ ଏକ ନୂତନ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ଦାବି କରାଯାଇଥିଲା ଯାହା କି ନୂତନ ରାସ୍ତା ଗ୍ରାମଠାରୁ ମାତ୍ର 2 କିଲୋମିଟର ମଧ୍ୟରେ ହୋଇଥାନ୍ତା. ଯାହା ଦ୍ୱାରା ବୟସ୍କ ବୃଦ୍ଧ ବୃଦ୍ଧା ଭତ୍ତା ପାଇଁ ଯାଇପାରିବେ ତା ସହିତ ରାସନ କାର୍ଡ ଧାରି ସୁବିଧାରେ ରାସନ ପାଇ  ପାରିବେ.ଏହି 2 କିଲୋମିଟର ରାସ୍ତା ପାଇଁ ଗ୍ରାମବାସୀଙ୍କ ଦ୍ୱାରା ବିଭିନ୍ନ ସମୟରେ ଦାବି କରାଯାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ବାଧ୍ୟ ହୋଇ ଗ୍ରାମବାସୀ ନିଜ  ଅର୍ଥ ଓ ଶ୍ରମ ଦେଇ ଏହି 2 କିଲୋମିଟର ରାସ୍ତା କରୁଥିବାର ପାରିଲକ୍ଷିତ ହେଉଛି. ଗ୍ରାମବାସୀଙ୍କ କହିବା ଅନୁସାରେ ନିର୍ବାଚନ ଆସିଲା ବେଳେ ଗ୍ରାମର ସମସ୍ତ ଉର୍ନ୍ନତି ମୂଳକ କାର୍ଯ୍ୟ କରାଯିବାର ପ୍ରତିଶୃତି ଦିଆ ଯାଇଥିଲା କିନ୍ତୁ ନିର୍ବାଚନ ସାରିବା ପରେ ସବୁ ପ୍ରତିଶୃତି ପାଣିର ଗାର ହୋଇଗଲା ଏହି ପରିପେକ୍ଷୀରେ ଗ୍ରାମବାସୀ ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ସମାଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ଉପରେ ଆଶା ଓ ବିଶ୍ୱାସ ହରାଇଛନ୍ତି.

Leave A Reply

Your email address will not be published.