୨୫ଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ସୁଧୁରୁନାହି ନୟନ ସାଗର ର ଅବସ୍ଥା

0 70

ଧର୍ମଗଡ଼,୦୧/୦୪ : ଧର୍ମଗଡ଼ ଏନଏସି ର ପଶ୍ଚିମ ପ୍ରାନ୍ତ ରେ ଅବସ୍ଥାପିତ ନୟନ ସାଗର । ୫ ଏକର ରୁ ଅଧିକ ଅଂଚଳ ରେ ଅବସ୍ଥାପିତ ଏହି ପୋଖରୀ ଦିନେ ଆଦର୍ଶ ପୋଖରୀ ଭାବରେ ପରିଚିତ ଥିଲା ।  ଏନଏସି ର ୩ ନମ୍ବର ୱାର୍ଡ ସମେତ ନିକଟସ୍ତ ତଥା ଅଖା ପାଖ ଅଂଚଳ ର ଜନସାଧାରଣ ନିଜର ସମସ୍ତ ନିତ୍ୟକର୍ମ ପାଇଁ ଏହି ପୋଖରୀ ର ବ୍ୟବହାର କରୁଥିଲେ । ପରେ ବିଭିନ୍ନ ପ୍ରକାର ଲତା ବୁଦା ପୂର୍ଣ୍ଣ ହୋଇ ଏହା ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ । ଅଂଚଳ ବାସୀ ଙ୍କ ଅଭିଯୋଗ ପରେ ୨୦୧୮ ମସିହା ମଇ ମାସ ୧୯ ତାରିଖ ରେ ତତ୍କାଳୀନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଓ ଜୁନାଗଡ଼ ବିଧାୟକ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ କରକମଲ ରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ପରେ ପ୍ରତିଶ୍ରୁତି ମୁତାବକ ପୋଖରୀ ର ପୁନରୁଦ୍ଧାର ପାଇଁ ୨୫ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା । ଏନଏସି ର ପ୍ରତକ୍ଷ ତତ୍ୱବାଧାନ ରେ ପୋଖରୀ ର ପୁନର ଉଦ୍ଧାର କାର୍ଯ୍ୟ କରାଗଲା । କିନ୍ତୁ ବର୍ତ୍ତମାନ ତାହାର ଅବସ୍ଥା ପୁଣି ବିପର୍ଯ୍ୟସ୍ତ ହୋଇ ପଡିଛି । ନିମ୍ନ ମାନର କାମ ଓ ଲାଭଖୋର ମନ ବୃତି ଯୋଗୁ ୨୫ଲକ୍ଷ ଟଙ୍କା ର ବ୍ୟୟ ସତ୍ତ୍ୱେ ଏହି ପୋଖରୀ ର ପୁନରୁଦ୍ଧାର କାର୍ଯ୍ୟ ହୋଇ ପାରିଲା ନାହିଁ । ଏତେ ଟଙ୍କା ଖର୍ଚ୍ଚ ହେଲା ଅଥଚ ଆଜି ପୋଖରୀ ର ଅବସ୍ଥା ଯଥା ପୂର୍ବ ତଥା ପର ହୋଇ ପଡିଛି । ଏଠାରେ କରଯାଇଥିବା ଉନ୍ନୟନ କାର୍ଯ୍ୟ ର ଏକ ଭିଜିଲାନ୍ସ ତଦନ୍ତ କରାଗଲେ ଏଠାରେ ହୋଇ ଥିବା ଦୁର୍ନୀତି ର ଗୁମର ଖୋଲିବ ବୋଲି ସାଧାରଣ ରେ ଦାବୀ କରାଯାଇଛି ।

Leave A Reply

Your email address will not be published.