ମହଙ୍ଗା ମାଡ଼

0 60

ମହଙ୍ଗା ମାଡ଼ରେ ସାଧାରଣ ଲୋକେ ଘାଇଲା ହୋଇପଡ଼ିଲେଣି । ଲୋକଙ୍କ ବଞ୍ôଚବା ଏବେ ଦୁର୍ବିସହ ହୋଇପଡ଼ିଛି । ଡିଜେଲ, ପେଟ୍ରୋଲ ଠାରୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ୁଥିବାରୁ ଲୋକେ ଏବେ ତ୍ରାହି ତ୍ରାହି ଡାକ ଦେଲେଣି । ଲୋକଙ୍କ ଏହି ଆର୍ତ୍ତ ଚିକ୍ରାର ଶୁଣିବାକୁ ସତେଯେପରି କେହି ନାହାନ୍ତି । କେବଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଥିବା ବେଳେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଏହାମଧ୍ୟରେ ପୂରା ପେଶି ହୋଇଗଲେଣି । ବିଶେଷକରି ଶ୍ରମିକ ଶ୍ରେଣୀ ଓ ବେସରକାରୀ ସ୍ତରରେ କାମ କରୁଥିବା ଲୋକଙ୍କ ଅବସ୍ଥା ନକହିବା ଭଲ । କେମିତି ତେଲ, ଲୁଣରେ ସଂସାର କିପରି ଚଳାଇବେ ତାହା ଏବେ ସେମାନଙ୍କୁ ଚିନ୍ତା ଘାରିଛି । ଲୁଣ କଥା ଛାଡ଼ନ୍ତୁ, ଖାଇବା ତେଲ ଦର ଏବେ ସାଧାରଣ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନ୍ୟାନ୍ୟ ସାମଗ୍ରୀ ସହ ଖାଇବା ତେଲ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗତବର୍ଷ ଏହି ସମୟରେ ପାମୋଲିନ୍ ତେଲ ଲିଟର ପିଛା ୮୦ଟଙ୍କା ଥିବାବେଳେ ଏବେ ଏହା ୧୨୬ ଟଙ୍କାରେ ପହଞ୍ôଚଛି । ସେହିପରି ସୋରିଷ ତେଲ ୧୦୦ ଟଙ୍କାରୁ ବଢ଼ି ୧୫୦ ଟଙ୍କାରେ ପହଞ୍ôଚଲାଣି । ତେଲ ଦରବୃଦ୍ଧି ନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିବା ସହିତ ସିଧାସଳଖ କେନ୍ଦ୍ରକୁ ଦୋଷ ଦେଇଛନ୍ତି । ସେ କହିଛନ୍ତି ଯେ ଖାଇବା ତେଲ ଉପରେ କେନ୍ଦ୍ର ସରକାର ୨୧ ପ୍ରତିଶତ ଆମଦାନୀ ଶୁଳ୍କ ଓ ୫ ପ୍ରତିଶତ ଜିଏସ୍ଟି ନେଉଛନ୍ତି । ଚଳିତ ବଜେଟ୍ରେ ପାମୋଲିନ୍ ତେଲ ଉପରେ ୧୭.୫ ପ୍ରତିଶତ କୃଷି ଭିତ୍ତିଭୂମି ଶୁଳ୍କ ଲାଗୁ କରିଥିବାବେଳେ ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ୨୦ ପ୍ରତିଶତ କୃଷି ଭିତ୍ତିଭୂମି ଶୁଳ୍କ ଲାଗୁ କରିଛନ୍ତି । ଏହାବାଦ୍ କେନ୍ଦ୍ର ସରକାର ଖାଇବା ତେଲକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ଦେବା ତେଲ ଦରବୃଦ୍ଧିର ପ୍ରମୁଖ କାରଣ ବୋଲି ମନ୍ତ୍ରୀ କହିଛନ୍ତି । କଂଗ୍ରେସ ମଧ୍ୟ ଏଥିନେଇ ଉଦ୍ବେଗ ପ୍ରକାଶ କରିବା ସହିତ ତୈଳବୀଜ ଉତ୍ପାଦନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏଭଳି ହେଉଛି ବୋଲି କହିଛି । ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ଟେଲିଭିଜନ କିଣାବିକାରେ ୨ ହଜାରରୁ ୩ ହଜାର ଟଙ୍କା ଯାଏଁ ବୃଦ୍ଧି ଘଟିବ । ସେହିପରି ମୋବାଇଲ ଫୋନ ଦାମ୍ ମଧ୍ୟ ବଢ଼ିବ । ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଚଳିତ ବଜେଟରେ ଇଲେକ୍ଟ୍ରୋନିକ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ପାଇଁ ଘୋଷଣା କରିଥିଲେ । ଯେଉଁଥିରେ ମୋବାଇଲ୍ ପୋର୍ଟ, ମୋବାଇଲ୍ ଚାର୍ଜ,ର୍ ଆଡାର, ବ୍ୟାଟେରୀ ଏବଂ ହେଡଫୋନ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ଆମଦାନୀ ଶୁଳ୍କ ବୃଦ୍ଧି ପରେ ପ୍ରିମିୟମ୍ ରେଞ୍ଜ୍ ସ୍ମାର୍ଟଫୋନ୍ ସବୁଠୁ ମହଙ୍ଗା ହେବ । ଅନ୍ୟପକ୍ଷରେ ନୂଆ ଆର୍ଥୀକ ବର୍ଷରୁ ଏସି ଏବଂ ଫ୍ରିଜ ମହଙ୍ଗା ହେବ । ଏସି ଏବଂ ଫ୍ରିଜ ଦାମ୍ରେ ୧୫ଶହରୁ ୨ ହଜାର ଟଙ୍କା ଯାଏଁ ବୃଦ୍ଧି ହେବ । ସେ ଯାହାହେଉନା କାହିଁକି କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏଇଟା ନିରାଟ ସତ୍ୟ ।

Leave A Reply

Your email address will not be published.