“ମୁଁ ବିଜୁବାବୁଙ୍କ ପରି ହେବି’

0 69

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ପ୍ରବାଦପୁରୁଷ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ସଙ୍ଗୀତ “ମୁଁ ବିଜୁବାବୁ ପରି ହେବି’ ଗୁରୁବାର ରିଲିଜ୍ ହୋଇଛି । ଏହି ଗୀତରେ ପ୍ରଥମଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି । ଗୀତଟିକୁ ଗୀତିକାର ତପୁ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ୱ, ଆଦର୍ଶ ଓ ସାହସିକତାକୁ ସଙ୍ଗୀତରେ ଦର୍ଶାଯାଇଛି ।

ପ୍ରତିଟି ଓଡ଼ିଆଙ୍କର ଗର୍ବ ଓ ଗୌରବ ବିଜୁବାବୁଙ୍କୁ ନେଇ କରାଯାଇଥିବା ଗୀତରେ ଅଭିନୟ କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ,ସମୀର ଦାସ,ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ତୁଷାର କାନ୍ତି ବେହେରା,ବିଧାୟକ ସୁଶାନ୍ତ ରାଉତ,ପ୍ରଶାନ୍ତ ମୁଦୁଲି,ବ୍ରଜ ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି ।

ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏହି ଗୀତରେ ନଜରକୁ ଆସିବେ । ଜାପାନୀ ଭାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଙଋଦାନ କରିଛନ୍ତି ଗାୟକ ଋତୁରାଜ ମହାନ୍ତି । ଏହି ଗୀତର ଟିଜର ସୋସିଆଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଥିବା ବେଳେ ଗୀତଟି ମଧ୍ୟ ରିଲିଜ୍ ହେବା ମାତ୍ରେ ଦର୍ଶକଙ୍କ ଆଦୃତ ହେଉଥିବା ଦେଖାଯାଇଛି ।

Leave A Reply

Your email address will not be published.