ଚିକ୍ସମେରା ଘାଟିରେ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0 76

ପାରଳାଖେମୁଣ୍ଡି, ୨ା୪ : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚିକ୍ସମେରା ଘାଟିରେ ଭାରସାମ୍ୟ ହରାଇ ମିନିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ଜଣାପଡିଛି । ଦୁର୍ଘଟଣାରେ ମିନିଟ୍ରକଟି ଚୁରମାର ହୋଇପଡିଥିବା ବେଳେ ଟ୍ରକରେ ଯାତ୍ରା କରୁଥିବା ଯାତ୍ରୀ ମାନେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇ ଥିଲେ ମଧ୍ୟ ସେମାନେ ଆହତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ମୋହନାର ଏକ ମିନିଟ୍ରକ ନଂ ଓଆର୍ ୦୭ ଏ ୬୨୨୭ ଚନ୍ଦ୍ରଗିରି ସାପ୍ତାହିକ ହାଟରୁ ବେପାରୀ ମାନଙ୍କୁ ସାମଗ୍ରୀ ଧରି ମୋହନା ଅଭିମୁଖେ ଯାଉଥିଲା । କୌଣସି କାରଣରୁ ଗାଡିଟି ଚିକ୍ସମେରା ଘାଟିରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହାତ ବେପାରୀଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମୋହନା ଥାନା ଅଧିକାରୀ ପହଞ୍ôଚ ଘଟଣାର ତଦନ୍ତ ଚଳାଇଛନ୍ତି ।

Leave A Reply

Your email address will not be published.