ଓଡ଼ିଶା ରାଜ୍ୟ ୫ଟି ସଚିବ ଭି କାର୍ତିକ ପାଣ୍ଡିଆନ ହେଲିକପ୍ଟର ଯୋଗେ ଆଜି ଦିନିକିଆ କନ୍ଧମାଳ ଗ୍ରସ୍ତରେ

0 73

କନ୍ଧମାଳ: ଓଡ଼ିଶା ରାଜ୍ୟ ୫ଟି ସଚିବ ଭି କାର୍ତିକ ପାଣ୍ଡିଆନ ହେଲିକପ୍ଟର ଯୋଗେ ଆଜି ଦିନିକିଆ କନ୍ଧମାଳ ଗ୍ରସ୍ତରେ ଆସି ଗୁଦାରି ଏରୋଡ୍ରମ ପଡିଆ ଠାରେ ଅପରାହ୍ନ ୧୧ଟା ସମୟରେ ଓହ୍ଲାଇ ଥିଲେ । ସେଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚିବ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ୫ ଟି ସଚିବ ଭି କେ ପାଣ୍ଡିଆନ ମୋଟର କାର ଯୋଗେ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟ ଗୁଡିକ ବୁଲି ଦେଖିବା ସହ କାର୍ଯ୍ୟଗୁଡିକ ଠିକ ଭାବରେ ହେଉଛି କି ନାହିଁ କାର୍ଯ୍ୟକ୍ରମର ସୁଫଳ ମିଳୁଛି କି ନାହିଁ ସମୀକ୍ଷା କରିବା ସହିତ  ସରକାର ଘୋଷଣା କରିଥିବା କନ୍ଧମାଳ ଜିଲ୍ଲାରେ  ମେଡ଼ିକାଲ କଲେଜ ସ୍ଥାପନ ନିମନ୍ତେ ଯେଉଁ ଜାଗା ଚିହ୍ନଟ ହୋଇଛି କଲାଡି ନିକଟସ୍ଥ ସ୍ଥାନକୁ ପାଣ୍ଡିଆନଙ୍କ ସହ କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ପୂର୍ତ୍ତ ବିଭାଗ ସଚିବ କ୍ରିଷ୍ଣ କୁମାର , ସ୍ଵାସ୍ଥ୍ୟ ସଚିବ ଙ୍କ ସହ ଆସିଥିବା ପଦାଧିକାରୀ ମାନେ ଯାଇ ସେଠାକାର ପରିପାର୍ଶ୍ୱ ବୁଲି ଦେଖିବା ସହ ତିଆରି ହେଉଥିବା ମେଡିକାଲ କଲେଜର ନକ୍ସା , ଡିଜାଇନ ଦେଖିଥିଲେ ।

ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାର କାର୍ଯ୍ୟକାରୀ ହେବାକୁ ଥିବା  ସ୍ମାର୍ଟ ସ୍କୁଲ ଯୋଜନାରେ ଆସୁଥିବା ଫୁଲବାଣୀ ସହରର ଅତି ପୁରାତନ ଇଂରେଜ ଅମଳର ସ୍କୁଲ ଏଜେଓ ହାଇ ସ୍କୁଲ , ନଦିଖଣ୍ଡି ସାହି ସ୍ଥିତ ସରକାରୀ ବାଳିକା ସ୍କୁଲକୁ ୫ଟି ସଚିବ ଓ ଅନ୍ୟାନ୍ୟ ସଚିବ ଏବଂ ପଦାଧିକାରୀ ମାନେ ପରିଦର୍ଶନ କରିବାକୁ ଯାଇ ସେହି ସ୍କୁଲ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ସ୍କୁଲର ବର୍ତ୍ତମାନ ଅବସ୍ଥା , ଭିତ୍ତିଭୂମି ,ପାଠ ପଡ଼ା କିପରି ହେଉଛି ପଚାରି ବୁଝିବା ସହ  ଆଲୋଚନା କରିଥିଲେ । ୫ଟି ସଚିବ ଭି କେ ପାଣ୍ଡିଆନଙ୍କର ମେଡ଼ିକାଲ କଲେଜ ସ୍ଥାନ ଓ ସ୍କୁଲ ପରିଦର୍ଶନ ସମୟରେ କନ୍ଧମାଳ ଜିଲ୍ଲାପାଳ ଡ଼ ବୃନ୍ଦା ଡି , କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ,କନ୍ଧମାଳ ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ବିଶ୍ଵରଞ୍ଜନ ନାଏକ , ଫୁଲବାଣୀ ଉପ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଏବଂ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.