ସାମ୍ବାଦିକମାନଙ୍କୁ କରୋନା ଟୀକା ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଟ୍ୱିଟ କଲେ ସାମ୍ବାଦିକ ଭାଗୀରଥୀ ସ୍ୱାଇଁ

71

କୋଣାର୍କ: ବିଶ୍ବ ମହାମାରୀ କରୋନା ସମୟରେ ନିରବଛିନ୍ନ ଖବର ପରିବେଷଣ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଓଡିଶାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସରକାରୀ ଚିଠି ଆଧାରରେ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ ନିମନ୍ତେ କୋଣାର୍କ ଅଂଚଳର ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ମାନ୍ଯବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଟ୍ୱିଟ ଯୋଗେ ଅବଗତ କରାଇଛନ୍ତି ।

ଖବରରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ର ସଂଖ୍ୟା – ୮୨୩୮, ତା -୧୭.୦୩.୨୧ ରେ ସ୍ବାସ୍ଥ୍ୟ ବିଭାଗ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବଙ୍କୁ ପତ୍ର ମାଧ୍ୟମରେ ଓଡିଶାରେ କାର୍ଯ୍ୟରତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ ପାଇଁ ଅନୁମତି ଦେବାକୁ ଅବଗତକରାଇଥିଲେ ।

ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ସରକାରୀ ପତ୍ର ପଠାଇବାର ୧୭ ଦିନ ବିତିଯାଇଥିଲେ ମଧ୍ୟ ଏ ଦିଗରେ କେନ୍ଦ୍ର ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ପତ୍ରକୁ ଗୁରୁତ୍ବ ଦେଇ ଓଡିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କରୋନା ଟୀକା ପ୍ରଦାନ ପାଇଁ ଅନୁମତି ଦେବାକୁ କୋଣାର୍କ ଅଂଚଳର ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ହର୍ଷବର୍ଦ୍ଧନ କୁ ଟ୍ବିଟ ଯୋଗେ ନିବେଦନ କରିଛନ୍ତି ।

Comments are closed.