ମିନାକ୍ଷୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି

0 63

ମଦୁରାଇ, ୨ ।୪ : ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେବେଳେ ପଶ୍ଚିମବଙ୍ଗ, କେତେବେଳେ କର୍ଣ୍ଣାଟକ ତ କେତେବେଳେ ତାମିଲନାଡୁରେ ରାଲି କରୁଛନ୍ତି । ଦକ୍ଷିଣ ଭାରତରେ ନିର୍ବାଚନ ଅଭିଯାନ ମଧ୍ୟରେ ମୋଦି ଗୁରୁବାର ଦିନ ମଦୁରାଇରେ ପହଞ୍ଚିଥିଲେ । ମଦୁରାଇରେ ପହଞ୍ଚିବା ପରେ ପ୍ରସିଦ୍ଧ ମିନାକ୍ଷୀ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପରିସରରେ ପହଞ୍ଚିବା ପରେ ମୋଦି ବିଧି ମୁତାବକ ପୂଜା ସାମଗ୍ରୀ କିଣିଥିଲେ ଓ ମନ୍ଦିର ପ୍ରବେଶ ଦ୍ୱାରରୁ ପୂଜା କରି ଭିତରକୁ ପ୍ରବେଶ କରିଥିଲେ । ମୋଦି ମନ୍ଦିରରେ ପହଞ୍ଚିବା ଖବର ଶୁଣି ବହୁସଂଖ୍ୟାରେ ସମର୍ଥକ ମଧ୍ୟ ସେଠାରେ ପହଞ୍ଚିଥିଲେ । ମୋଦି ସମର୍ଥକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ମୋଦି ପୁରା ପାରମ୍ପରିକ ବେଶଭୂଷାରେ ମିନାକ୍ଷୀ ସୁନ୍ଦରଶ୍ୱର ମନ୍ଦିର ଯାଇଥିଲେ । ସେ ତାମିଲନାଡୁର ପାରମ୍ପରିକ ପରିଧାନ ପିନ୍ଧିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଯେଉଁ ମନ୍ଦିରକୁ ଯାଆନ୍ତି ସେହି ରାଜ୍ୟର ପାରମ୍ପରିକ ପରିଧାନ ଧାରଣ କରିଥାନ୍ତି । ମିନାକ୍ଷୀ ସୁନ୍ଦରଶ୍ୱର ମନ୍ଦିରରେ ପୂଜା କରିବା ସମୟରେ ମୋଦି ସେଠାକାର ଲୋକଙ୍କ ସହ କଥାବାର୍ତ୍ତା କରିଥିବା ନଜର ଆସିଥିଲେ । ସେ ମନ୍ଦିରର ପୁରାତନ କଥା ଓ ବିଶ୍ୱାସ ସମ୍ପର୍କରେ କଥାବାର୍ତ୍ତା କରିଥିଲେ ।

Leave A Reply

Your email address will not be published.