କାରରୁ ମିଳିଲା ଇଭିଏମ୍, ୪ ଅଫିସର ସସପେଣ୍ଡ

0 69

ନୂଆଦିଲ୍ଲୀ: ଆସାମରେ ଏକ ଅଜଣା କାରରୁ ଇଭିଏମ୍ ମିଳିବା ପରେ ନିର୍ବାଚନ କମିଶନର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଅଧିକାରୀଙ୍କୁ ସସପେଣ୍ଡ କରିଦେଇଛନ୍ତି । ନିର୍ବାଚନ କମିଶନ କହିଛନ୍ତି, କାରଟି ଭଙ୍ଗାରୁଜା ହୋଇଥିଲା ଏବଂ ଅଧିକାରୀମାନେ ଗୋଟିଏ କାରରେ ଲିଫ୍ଟ ନେଇଥିଲେ । ପରେ ଜଣାପଡ଼ିଲା ଯେ ଏହି କାରର ମାଲିକ ହେଉଛନ୍ତି ଜଣେ ବିଜେପି ପ୍ରାର୍ଥୀ । ତଦନ୍ତ ବେଳେ ଜଣାପଡ଼ିଛି ଯେ ଇଭିଏମ୍ ସହ ବିୟୁ, ସିୟୁ ଓ ଭିଭିପିଏଟି ସାମିଲ୍ ଥିଲା । ତେବେ ଜବତ ହୋଇଥିବା ଇଭିଏମ୍ ମେସିନର ସିଲ୍ ଖୋଲା ହୋଇନଥିବା ବେଳେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନିର୍ବାଚନ କମିଶନର କହିଛନ୍ତି । ଇଭିଏମ୍ ଜବତ ପରେ ସମସ୍ତ ଆଇଟମକୁ ଷ୍ଟ୍ରଙ୍ଗ୍ ରୁମରେ ଜମା କରାଯାଇଛି । ନିର୍ବାଚନ କମିଶନର କହିଛନ୍ତି, ଏହା ଏକମାତ୍ର ରାସ୍ତା, ଯାହା କରିମଗଞ୍ଜ ଅଞ୍ଚଳକୁ ସଂଯୋଗ କରିଥାଏ । ୬ଟା ବେଳେ ମତଦାନ ଶେଷ ହୋଇଥିଲା । ସବୁ ଗାଡ଼ି ପୋଲିଂ ଷ୍ଟେସନରୁ କରିମଗଞ୍ଜ ଫେରୁଥିଲା । ତେବେ ରାତି ୯ଟା ବେଳେ ପୋଲିଂ ପାର୍ଟିକୁ ନେଇ ଫେରୁଥିବା ଏକ ଗାଡ଼ି ଖରାପ ହୋଇଯାଇଥିଲା । ଟ୍ରାଫିକ୍ କାରଣରୁ ଗାଡ଼ି ତା’ର କନଭୟରୁ ଅଲଗା ହୋଇଯାଇଥିଲା । ସେକ୍ଟର ଅଧିକାରୀଙ୍କୁ ପୋଲିଂ ପାର୍ଟି ଏହି ଘଟଣା ସମ୍ବନ୍ଧରେ ସୂଚନା ଦେଇଥିଲେ ଏବଂ ନିଜେ ଅନ୍ୟ ଗାଡ଼ିର ବନ୍ଦୋବସ୍ଥ କରାଇଥିଲେ । ରାତି ୯.୨୦ ସମୟରେ ପୋଲିଂ ପାର୍ଟି ଅନ୍ୟ ଗାଡ଼ିକୁ ଲିଫ୍ଟ ମାଗିଥିଲେ । ଗାଡ଼ିର ପୂରା ଯାଞ୍ଚ କରିବା ପରେ ସେ ଆଗକୁ ବଢ଼ିଥିଲେ । କିନ୍ତୁ ସେମାନେ ଜାଣିନଥିଲେ ଯେ ଯେଉଁ ଗାଡ଼ିରେ ଯାଉଛନ୍ତି, ତାହା ବିଜେପି ପ୍ରାର୍ଥୀଙ୍କର ଗାଡ଼ି । ତେବେ କିଛି ବାଟ ଗଲା ପରେ ଗାଡ଼ିକୁ କିଛି ଲୋକେ ଘେରି ନେଇଥିଲେ ଏବଂ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ । ପରେ ଜଣାପଡ଼ିଲା ଯେ ଯେଉଁ ଅନ୍ୟ ଗାଡ଼ିରେ ପୋଲିଂ ଅଧିକାରୀ ଯାଉଥିଲେ, ତାହା ବିଜେପି ପ୍ରାର୍ଥି କ୍ରିଷ୍ଣେନ୍ଦୁ ପଲଙ୍କର ଥିଲା । ରାତି ୯.୪୫ ମିନିଟରେ ଗାଡ଼ିଟିକୁ ବନ୍ଧକ କରାଯାଇଥିଲା । ପଥରମାଡ଼ ଦେଖି ଗାଡ଼ି ଭିତରୁ ସମସ୍ତେ ବାହାରକୁ ବାହାରିଯାଇଥିଲେ । ହିଂସା କରୁଥିବା ଲୋକେ ଗାଡ଼ିର କାଚକୁ ଭାଙ୍ଗି ଦେଇଥିଲେ । ତେବେ ଏସପିଙ୍କ ବ୍ଲାଙ୍କ ଫାୟାରିଂ ଯୋଗୁ ଭିଡ଼ କମିଥିଲା । ପରେ ଇଭିଏମକୁ ଜବତ କରାଯାଇଥିଲା । ଇଭିଏମ୍ ମଧ୍ୟ ସୁରକ୍ଷିତ ଥିବା ନିର୍ବାଚନ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.