ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍, ୩୬ ମୃତ

0 66

ତାଇୱାନ, ୨ ।୪: ମର୍ମନ୍ତୁଦ ରେଳ ଦୁର୍ଘଟଣା । ଲାଇନଚ୍ୟୁତ ହୋଇ ଓଲଟି ପଡିଲା ଯାତ୍ରୀବାହୀ ଟ୍ରେନ୍ । ଏଭଳି ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି ପୂର୍ବ ତାଇୱାନରେ । ଏହି ଦୁର୍ଘଟଣାରେ ପ୍ରାୟ ୩୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ୭୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ଦେଇଥିବା ସୂଚନା ମୁତାବକ, ତାଇୱାନର ପୂର୍ବତଟ ନିକଟରେ ଶୁକ୍ରବାର ସକାଳୁ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା । ଶୁକ୍ରବାର ଟ୍ରେନ୍ଟି ତାଇପେଇରୁ ତାଇତୁଙ୍ଗକୁ ଯାତ୍ରା କରୁଥିଲେ । ଅଗ୍ନିଶମ ବିଭାଗର କହିବା ମୁତାବକ ଏଥିରେ ପ୍ରାୟ ୩୫୦ ଯାତ୍ରୀ ଥିଲେ । ଏକ ସୁଡଙ୍ଗ ଦେଇ ଅତିକ୍ରମ କରିବା ସମୟରେ ଟ୍ରନ୍ଟି ଟ୍ରାକ୍ରୁ ହଟିଥିଲା ଏବଂ ଲାଇନ୍ଚ୍ୟୁତ ହୋଇଯାଇଥିଲା । ଫଳରେ ଟ୍ରେନର ଅନେକ ବଗି ଓଲଟି ପଡିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସେଠାରେ ରେସ୍କ୍ୟୁ ଅପରେସନକୁ ଜାରି ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ଏହି ଦୁର୍ଘଟଣାଟି ତେରେକ୍ ଜର୍ଜ ଦର୍ଶନୀୟ ସ୍ଥାନ ନିକଟରେ ହୋଇଛି । ତେବେ ଆଜି ଗୁଡ ଫ୍ରାଇଡେ ଥିବାରୁ ସରକାରୀ ଛୁଟି ଥିଲା । ଗତ ୩ ଦଶକରେ ଏହା ଏକ ବଡ ଦୁର୍ଘଟଣା ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.