ରବର୍ଟ ବାଡ୍ରାଙ୍କୁ କରୋନା

0 70

ନୂଆଦିଲ୍ଲୀ, ୨ ।୪: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧି ବାଡ୍ରାଙ୍କ ପତି ରବର୍ଟ ବାଡ୍ରା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖୋଦ୍ ପ୍ରିୟଙ୍କା ଗାନ୍ଧି ଏହାର ସୂଚନା ଦେଇଛନ୍ତି । ପତିଙ୍କ କରୋନା ପଜିଟିଭ୍ ଆସିବା ପରେ ପ୍ରିୟଙ୍କା ନିଜର ଆସାମ ଯାତ୍ରା ବାତିଲ କରିଛନ୍ତି । ପ୍ରିୟଙ୍କା ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ନିକଟରେ କରୋନା ସଂକ୍ରମଣ ସଂସ୍ପର୍ଶରେ ଆସିବାରୁ ମୁଁ ନିଜର ଆସାମ ଗସ୍ତ ବାତିଲ କରିଛି । ଗତକାଲି ମୋର କରୋନା ରିପୋର୍ଟ ନେଗେଟିଭ୍ ଆସିଛି । କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଗାମୀ କିଛି ଦିନ ଯାଏ ଆଇସୋଲେସନରେ ରହିବି । ଏହି ଅସୁବିଧା ପାଇଁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି । ମୁଁ କଂଗ୍ରେସର ବିଜୟ ପାଇଁ ପ୍ରାର୍ଥନା କରୁଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବାଡ୍ରାଙ୍କର ଆଜି ଆସାମରେ ତିନୋଟି ରାଲି ଥିଲା । ପ୍ରଥମ ରାଲି ଗୋଲପାରା ଇଷ୍ଟ, ଦ୍ୱିତୀୟ ରାଲି ଗୋଲକଙ୍ଗଜ ଏବଂ ତୃତୀୟ ରାଲି ସାରୁଖେତ୍ରରେ ହେବାର ଥିଲା, ଯାହାକୁ ବାତିଲ କରିଦିଆଯାଇଛି । ଅନ୍ୟପକ୍ଷରେ ରବର୍ଟ ବାଡ୍ରା ନିଜର ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ମୁଁ କରୋନା ପଜିଟିଭ ସଂସ୍ପର୍ଶରେ ଆସିଥିଲି, ଯାହା ପରେ ମୁଁ ମଧ୍ୟ ସଂକ୍ରମିତ ହୋଇଛି । କୋଭିଡ୍ ନିୟମ ଅନୁଯାୟୀ ମୁଁ ଓ ପ୍ରିୟଙ୍କା ଆସୋଲେସନରେ ଅଛୁ । ପ୍ରିୟଙ୍କାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଆମ ପିଲାମାନେ ଆମ ସହ ନାହାନ୍ତି । ଘରର ବାକି ସଦସ୍ୟଙ୍କର ମଧ୍ୟ ରିପୋର୍ଟ ନେଗେଟିଭ୍ ଆସିଛି ।

Leave A Reply

Your email address will not be published.