ରାକେଶ ଟିକାୟତଙ୍କ ଉପରେ ଆକ୍ରମଣ ଘଟଣା

0 59

ଏବିଭିପି ନେତାଙ୍କ ସହ ୧୪ ଗିରଫ

ଜୟପୁର,୩ ।୪: କୃଷକ ନେତା ରାକେଶ ଟିକାୟତଙ୍କ କାରକେଡ୍ ଉପରେ ଶୁକ୍ରବାର ରାଜସ୍ଥାନର ଅଲୱାର ଜିଲ୍ଲାର ତାତରପୁରଠାରେ ଆକ୍ରମଣ ହୋଇଥିଲା । କିଛି ଲୋକ ସ୍ୱାଗତ କରିବା ବାହାନାରେ ରାକେଶଙ୍କ ଗାଡି ଅଟକାଇ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ଉପରକୁ କାଳି ମଧ୍ୟ ଫିଙ୍ଗିଥିଲେ । ଏହାସହ କାର କାଚକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଆକ୍ରମଣ ପରେ ରାକେଶ ଟ୍ୱିଟ୍ କରି ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ବିଜେପିର କର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ଥାନାରେ ରାକେଶ ଦେଇଥିବା ଅଭିଯୋଗ ଅନୁସାରେ, କାରକେଡ୍ ଉପରେ ଶୁକ୍ରବାର ସନ୍ଧ୍ୟାରେ ୩୩ ଜଣ ଆକ୍ରମଣ କରିଥିଲେ । ଏବେସୁଦ୍ଧା ୧୪ଜଣଙ୍କୁ ଗିରଫ କରାଯାଇଛି । ସ୍ୱାଗତ କରିବା ବାହାନାରେ କାର ଉପରେ ଆକ୍ରମଣ ହୋଇଥିଲା । ଏପରିକି ରାକେଶଙ୍କ ଉପରେ କାଳି ଫିଙ୍ଗା ଯାଇଥିଲା । ଏହାସହ ରାକେଶ ଓ ରାଜସ୍ଥାନ ଡିଜି ଏମଏଲ ଠାକୁରଙ୍କ ଶ୍ୱଶୂର ରାଜାରାମ ମୀଲଙ୍କ ସୁରକ୍ଷାକର୍ମୀଙ୍କ ଅସ୍ତ୍ର ମଧ୍ୟ ଛଡାଇବା ପାଇଁ ଉଦ୍ୟମ ହୋଇଥିଲା । ଏହି ମାମଲାରେ ପୋଲିସ ଶୁକ୍ରବାର ରାତିରେ ଏବିଭିପି କାର୍ଯ୍ୟକର୍ତ୍ତା କୁଲଦୀପ ସିଂ ଯାଦବଙ୍କ ସହ ୧୪ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ଏହି ଆକ୍ରମଣକୁ ବିରୋଧି ଦଳ ସୁଚିନ୍ତିତ କହିବା ସହ ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି । ବିଜେପି କହିଛି ଯେ ଏହି ଆକ୍ରମଣ ପଛରେ ଦଳର କୌଣସି ସମ୍ପର୍କ ନାହିଁ । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲା । କାହିଁକି ପୋଲିସ କେବଳ ମୁକଦର୍ଶକ ସାଜିଥିଲା ବୋଲି ଦଳ ପ୍ରଶ୍ନ କରିଛି । ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟ୍ୱିଟ୍ କରି ବିଜେପିକୁ ଘଟଣା ପାଇଁ ଦାୟୀ କରିଛନ୍ତି । ଏହାସହ ବିଜେପି ଦ୍ୱାରା ଆକ୍ରମଣକୁ ସେ ନିନ୍ଦା କରୁଥିବା ଲେଖିଛନ୍ତି ।

Leave A Reply

Your email address will not be published.