ସବୁ ରବିବାର ଶ୍ରୀମନ୍ଦିର ବନ୍ଦ

65

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଶ୍ରୀମନ୍ଦିର ପାଇଁ ନୂଆ ଏସ୍‌ଓପି ଆଣିଛି ମନ୍ଦିର ପ୍ରଶାସନ । ଏଣିକି ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହିତ ଏହିଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ସାନିଟାଇଜ୍ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଖାଲି ସେତିକି ନୁହେଁ, ରବିବାର ମନ୍ଦିର ବନ୍ଦ ରହିବା ସହିତ ରାତିରେ ସପ୍ତାହକୁ ଦୁଇଦିନ ମନ୍ଦିର ସାନିଟାଇଜ୍ ହେବ । ତା’ସହିତ ମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ରାଜ୍ୟରେ ଏବେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏଥିାଇଁ ରାଜ୍ୟ ସରକାର କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ମଧ୍ୟ ଲାଗୁ କରିଲେଣି । ଯଦି ଆଗୁଆ ସାବଧାନତା ଅବଲମ୍ବନ କରାନଯାଏ ତେବେ ସଂକ୍ରମଣ ସୀମା ଟପିବ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ଶ୍ରୀ ମନ୍ଦରି ପାଇଁ ନୂଆ ଏସ୍‌ଓପି ଅଣାଯବି । ସହତି କଟକଣା ଲାଗୁ କରାଯାଇଛି ।

Comments are closed.