କଇଁଫୁଲିଆ ହାଇଲେବଲ୍ ସେତୁ ଉଦ୍‌ଘାଟିତ: କମିଲା ଆସ୍କା-ଭୁବନେଶ୍ୱର ଦୂରତା

59

ଆସିକା: କଇଁଫୁଲିଆ ହାଇଲେବଲ୍ ସେତୁକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରିଟିଶ ସମୟରେ ଦୁଇଟି ପୁରୁଣା ସେତୁ ସ୍ଥାନରେ ନୂଆସେତୁ ନିର୍ମାଣ କରାଯାଇଛି । ଏହି ସେତୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗୁରୁତ୍ୱୂର୍ଣ୍ଣ ସଂଯୋଗ ପଥ ଭାବେ କାର୍ଯ୍ୟ କରିବ ।

ଆସିକା,ଭଞ୍ଜନଗର, ଛତ୍ରୁର ଓ ଅନ୍ୟ ସହରରୁ ଭୁବନେଶ୍ୱରକୁ ଦୂରତା ମଧ୍ୟ କମିବ । ଏହାଦ୍ୱାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯାତାୟାତରେ ସୁବିଧା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ନୂଆ ସେତୁ ଦ୍ୱାରା ଗଞ୍ଜାମ ଜିଲ୍ଲାର ବାଣିଜ୍ୟ କାରବାର,ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ।

ଚଳିତବର୍ଷ ରାଜ୍ୟରେ ହଜାରେ କିଲୋମିଟର ରାସ୍ତା ଓ ୩୦ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି । ଏଥି ।ଇଁ ୨୩ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧ ହଜାର କୋଟି ଟଙ୍କା ଓ ଗ୍ରାମ୍ୟ ସଡ଼କ ପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟବାସୀ ଏହି ରାସ୍ତା ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥି ।ଇଁ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ସେ କହିଛନ୍ତି, ବି ଦ ଏବେ ବି ଯାଇନାହିଁ । ଦ୍ୱିତୀୟ ଲହରର ଭୟ ରହିଛି । ତେଣୁ ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ଼ ଜାଗାରେ ସାମାଜିକ ଦୂରତା ରଖିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Comments are closed.