ରାଜ୍ୟରେ ଗୋଟିଏ ଦିନରେ ୪୭୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୭୭୨

New Delhi, Dec 12 (ANI): Health workers collect swab samples from COVID suspected people at Anand Vihar bus terminal, in New Delhi on Saturday. (ANI photo)
0 62

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ  ୪୭୧ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା   ୩୪୨୬୯୫  କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି ।  ରାଜ୍ୟରେ ବର୍ତମାନ ସୁଦ୍ଧା  ୩୩୭୬୩୫  ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ   ସକ୍ରିୟ ମାମଲା   ୩୦୮୫  ରହିଛି ।ଆଜି ଚିହ୍ନଟ ହୋଇଥିବା ୪୭୧  ଜଣଙ୍କ ମଧ୍ୟରୁ   ୨୭୮   ଜଣ ସଂଗରୋଧରୁ ହୋଇଥିବା ବେଳେ ୧୯୩  ଜଣ ସ୍ଥାନୀୟ ଲୋକ ବୋଲି  ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୭ ଟି  ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।


ସୂଚନା  ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ସବୁଠାରୁ ଅଧିକ  ୮୫    ଜଣ  କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ  ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୩୬  ଜଣ, କଟକରୁ ୨୨ ଜଣ,  ଢେଙ୍କାନାଳରୁ  ଜଣେ, ଗଞ୍ଜାମରୁ ୧୨ ଜଣ, ଯାଜପୁରରୁ ୧୧ ଜଣ, ଝାରସୁଗୁଡ଼ାରୁ ୨୩ ଜଣ, କଳାହାଣ୍ଡିରୁ ୫୦ ଜଣ, କନ୍ଧମାଳ ଜିଲ୍ଲାରୁ ୩ ଜଣ.  କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୧ ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୦ ଜଣ, କୋରାପୁଟରୁ ୭  ଜଣ, ମୟୂରଭଞ୍ଜରୁ ୧୬ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୪୨ ଜଣ, ପୁରୀରୁ ୧୪ଜଣ, ରାୟ ଗଡ଼ାରୁ ୮ ଜଣ ସଂକ୍ରମିତଚ ଚିହ୍ନଟ ହୋଇଥିବା ବେଳେ  ସମ୍ବଲପୁରରୁ ୨୭ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୮୫ ଜଣ ଓ ଷ୍ଟେଟ୍ ପୁଲରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.