ସାମାଜିକ ନିୟମ ମାନୁନାହାନ୍ତି ନେତା ଓ ଜନତା

0 69

ଦେଶରେ କ୍ରମାଗତ ଭାବେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସବୁଠାରୁ ମହାରାଷ୍ଟ୍ରରେ ଦୈନିକ ୫୦ ହଜାର ମୁହାଁ ହୋଇଛି ଏହି ମହାମାରୀ । ଆଜି ୨୪ ଘଣ୍ଟାରେ ୮୯ ହଜାର ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୧୪ଜଣଙ୍କ ଜୀବନ ମଧ୍ୟ ଯାଇଛି । ଦେଶରେ ଆଜିସୁଦ୍ଧା ମୋଟ ୧କୋଟି ୨୩ଲକ୍ଷ ୯୨ ହଜାର ୨୬୦ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ସେହିଭଳି ୧ଲକ୍ଷ ୬୪ ହଜାର ୧୧୦ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଛତିଶଗଡ଼ରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାବେଳେ ଓଡ଼ିଶା ପ୍ରତି ଭୟ ଘାରିଛି । ଏଥିପାଇଁ ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାରେ ୫ ତାରିଖରୁ ନାଇଟ୍ କଫ୍ୟୁ ଲଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ କରୋନା କାଳରେ ଗୋଟିଏ ମାସ ପାଇଁ କୁମ୍ଭମେଳା କରିବାକୁ ଅନୁମତି ଦିଆଯାଇଛି । ମାତ୍ର ୪ଦିନ ମଧ୍ୟରେ ୩୦୦ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି । ଶଙ୍କରାଚାର୍ଯ୍ୟ ଛକରେ ଅବସ୍ଥିତ କୃଷ୍ଣ ଆଶ୍ରମରେ ୭ଜଣ ସାଧୁ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କୁ ଏବେ ସଂଗରୋଧରେ ରଖାଯାଇଛି । ଖାଲି କୁମ୍ଭମେଳା ନୁହେଁ ଦେଶ ଓ ରାଜ୍ୟରେ ଚାଲିଥିବା ନିର୍ବାଚନ ଓ ଉପନିର୍ବାଚନ ମଧ୍ୟ ଚିନ୍ତା ବଢ଼ାଇବାରେ ଲାଗିଛି । ରାଜ୍ୟରେ ନାଇଟ୍ କଫ୍ୟୁ ଲାଗୁ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ନିର୍ବାଚନ ରାଲି ଏବଂ ପ୍ରଚାରରେ ହଜାର ହଜାର ସଂଖ୍ୟାରେ ବିନା କୋଭିଡ୍ ଗାଇଡ୍ଲାଇନ୍ରେ ଅନେକ ଲୋକ ସମାଗମ ହେଉଛନ୍ତି । ରାଜନୈତିକ ରାଲି ଓ ସମାବେଶରେ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ପଶ୍ଚିମବଙ୍ଗ, କେରଳ, ଆସାମରେ ଏହାକୁ ଫୁ’ କରି ଉଡ଼ାଇ ଦେଉଛନ୍ତି । ସାଧାରଣ ଲୋକଟିଏ ମାସ୍କ ପିନ୍ଧିନଥିଲେ ଜରିମାନା ଦେବାକୁ ପଡ଼ୁଥିବାବେଳେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସବୁ ଦେଖି ନଦେଖିଲା ପରି ରହୁଛି । ପିପିଲି ଉପନିର୍ବାଚନ ପାଇଁ ଏବେ ପ୍ରଚାର ଜୋର୍ଦାର ହେଉଛି । କିନ୍ତୁ ଏଠାରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ତେବେ ସାମାଜିକ ନିୟମକୁ ସମସ୍ତେ ମାନୁଥିବା ବେଳେ ନେତା ଏବଂ ଏଥିରେ ଯୋଗ ଦେଉଥିବା ଜନତା କ’ଣ ଆଇନ୍ରୁ ଊଦ୍ଧ୍ୱର୍ରେ ବୋଲି ଏବେ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ତେଣୁ କରୋନା କାଳରେ ଏଠି ସମସ୍ତେ ଏକହୋଇ କରୋନା ବିରୁଦ୍ଧରେ ସଂଗ୍ରାମ କରିବାର ଆବଶ୍ୟକତା ରହିଛି । ନହେଲେ ଏହି କରୋନାର କରାଳରେ ଆମେ ସମସ୍ତେ ଯେ ଖୁବ୍ କ୍ଷତିଗ୍ରସ୍ତ ହେବୁ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.