ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ କରୋନା : ୭୨ ଘଣ୍ଟା ପାଇଁ ବନ୍ଦ ରହିଲା ଶିକ୍ଷାନୁଷ୍ଠାନ

0 68

ବାରିପଦା: ବାରିପଦାରେ ପୁଣି କରୋନା ଲେଉଟାଣିର ଆଶଙ୍କା ପ୍ରକାଶ ପାଇଛି । ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି । ପରୀକ୍ଷା ଚାଲିଥିବାବେଳେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି ।

ଏନେଇ କର୍ତ୍ତୃପକ୍ଷ ଶିକ୍ଷାନୁଷ୍ଠାନକୁ ଗତକାଲି ଠାରୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି । ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ କଲେଜ ଆସିବାକୁ ବାରଣ କରାଯାଇଛି । ମଙ୍ଗଳବାର ଦିନ କଲେଜ ଖୋଲିବା ନେଇ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକଙ୍କ ସହିତ ସମ୍ପର୍କରେ ଆସିଥିବା ଛାତ୍ରଛାତ୍ରୀ ଏବଂ ଅନ୍ୟମାନେ ସତର୍କ ରହିବା ସହିତ କୌଣସି ଲକ୍ଷଣ ପ୍ରକାଶ ପାଇଲେ କରୋନା ପରୀକ୍ଷା କରାଇନେବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ସମସ୍ତେ ସତର୍କ ରହିବା ଏବଂ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

Leave A Reply

Your email address will not be published.