ଯୁବପିଢ଼ିଙ୍କୁ ଉପରାଷ୍ଟ୍ରତିଙ୍କ ପରାମର୍ଶ : ଚାକିରି ନଖୋଜି ନିଯୁକ୍ତିଦାତା ହୁଅ

0 65

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି । ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଛାତ୍ରଛାତ୍ରୀଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ଓଡ଼ିଆରେ ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିବା ସହ କଳିଙ୍ଗର ଗୌରବମୟ ଇତିହାସକୁ ମନେପକାଇ ଥିଲେ ଉପରାଷ୍ଟ୍ରତି ।

ଏହା ପୂର୍ବରୁ ଦେଶର ୫ ଶ୍ରେଷ୍ଠ ଓଡିଆଙ୍କୁ ସେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ । ପରିବର୍ତ୍ତନର ଆହ୍ୱାନ ଦେଇ ‘ଚାକିରି ପଛରେ ନଦୌଡ଼ି ନିଯୁକ୍ତିଦାତା ହେବାକୁ ଦେଲେ ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରତି । ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି ଉପରାଷ୍ଟ୍ରତି ଭେଙ୍କିୟା ନାଇଡୁ । କଳିଙ୍ଗର ଗୌରବମୟ ଇତିହାସକୁ ମନେପକାଇ ଥିଲେ ।

ସାମାଜିକ, ଅର୍ଥନୈତିକ ପରିବର୍ତ୍ତନରେ ବିଶ୍ୱବିଦ୍ୟାଳୟର ଭୂମିକା ରହିଥିବା କଥା କହିଥିଲେ । ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହାକୁ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ଦେଖାଇଥିବା ୫ ଶ୍ରେଷ୍ଠ ଓଡିଆଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ ଉପରାଷ୍ଟ୍ରପତି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ ।

ସେହିଭଳି ଉପରାଷ୍ଟ୍ରପତି ୪୧ ଜଣଙ୍କୁ ଡିଗ୍ରୀ ପ୍ରଦାନ କରିଥିବାବେଳେ ନିଜ ନିଜ ବିଷୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୯୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ । ନିଜ ଜନ୍ମ ମାଟି ତଥା ଶିକ୍ଷାପ୍ରାପ୍ତ ବିଶ୍ୱବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀରେ ସମ୍ମାନୀତ ହୋଇ ବେଶ ଗର୍ବ ଅନୁଭବ କରୁଥିବା କହିଥିଲେ ଉପାଧି ଗ୍ରହଣ କରିଥିବା ଅତିଥିମାନେ ।

ଉତ୍ସବ ଆରମ୍ଭ ପୂର୍ବରୁ ସମାର୍ବତ୍ତନ ସ୍ଥଳକୁ କୋଭିଡ ନେଗେଟିଭ୍ ରିପୋର୍ଟ ପରେ ହିଁ ଭିତରକୁ ଛଡାଯାଇଥିଲା । ପୂର୍ବରୁ ସମାବର୍ତ୍ତନ ସ୍ଥଳକୁ ୫୦୦ ଅତିଥି ଅନୁମତି ଥିବାବେଳେ କୋଭିଡ କଟକଣା ଯୋଗୁଁ ଶେଷ ମୂହୁର୍ତ୍ତରେ ୨୦୦କୁ କମାଇ ଦିଆଯାଇଥିଲା । ତେବେ କୋଭିଡ ନେଗେଟିଭ୍ ରିପୋର୍ଟ ଥାଇ ମଧ୍ୟ ଉତ୍ସବ ସ୍ଥଳକୁ ବାରଣ ହେତୁ ପ୍ରବେଶ ସମୟରେ ସାମୟିକ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା । ଏପରିକି ଅନ୍‌ଲାଇନ୍‌ରେ ଦେଖିବା ବ୍ୟବସ୍ଥା ନଥିବାରୁ କିଛି ଛାତ୍ରଛାତ୍ରୀ ନିରାଶ ହୋଇଥିଲେ ।

Leave A Reply

Your email address will not be published.